Odisha Link
Bridging the Missing Links in Odisha

ଘରେ ସମସ୍ୟାର ସମାଧାନ ନ ହେବାରୁ କୋର୍ଟର ଆଶ୍ରୟ ନେଲୁ : ଅନୁଭବ

ଭୁବନେଶ୍ବର: ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ପରିବାରିକ କଳହ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି। ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅନ୍ୟ ନାରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ସାଂଘାତିକ ଅଭିଯୋଗ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି। ଏହାର ଉତ୍ତରରେ ଅନୁଭବ କହିଛନ୍ତି ଯେ, ଜଣେ ମହିଳା ହିସାବରେ ବର୍ଷାଙ୍କୁ ମୁଁ ବହୁତ ସମ୍ମାନ କରେ। ଆମ ସମ୍ପର୍କକୁ ମଧ୍ୟ ସମ୍ମାନ କରେ। ଯାହା ବି ହୋଇଛି ଆମ ଭିତରେ ହୋଇଛି। ଘର ଭିତରେ ସମସ୍ୟାର ସମାଧାନ ହୋଇନ ପାରିବାରୁ ଉଭୟ କୋର୍ଟର ଆଶ୍ରୟ ନେଇଛୁ।

ଅନୁଭବ ଆହୁରି କହିଛନ୍ତି ଯେ, ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି। କୋର୍ଟ ଯାହା ନିଷ୍ପତ୍ତି ହେବ ତାକୁ ସମ୍ମାନ ଦେବୁ। ବର୍ଷା ଏବେ ବି ତାଙ୍କ ଘରେ ରହୁଛନ୍ତି। ଘରେ ରହି ଯିଏ ସାମାଜିକ ହିଂସା କଥା କହିବେ, କୋର୍ଟ ତାହାର ନିଷ୍ପତ୍ତି ନେବେ। ସମସ୍ତେ ଜାଣନ୍ତି ସତ କଣ ମିଛ କଣ। ଏହା ରାଜନୈତିକ ନୁହେଁ, ଏହା ବ୍ୟକ୍ତିଗତ ସମସ୍ୟା। ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହାଁନ୍ତି ବୋଲି ଅନୁଭବ କହିଛନ୍ତି।

Comments are closed.