Odisha Link
Bridging the Missing Links in Odisha

ପୁଣି ସୁରକ୍ଷା ଲୋଡ଼ିଲେ ବର୍ଷା

କଟକ: ପୁରୀଘାଟ ଥାନାରେ ଅଭିଯୋଗ କଲେ ବର୍ଷା ପ୍ରିୟଦର୍ଶିନୀ। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଲେ ଅଭିନେତ୍ରୀ ବର୍ଷା। କାଲି ଘରେ ଥିବାବେଳେ ୨ ଅଜଣା ଯୁବକ ଘରକୁ ପଶିଥିବା ଅଭିଯୋଗ କରିଥିଲେ ବର୍ଷା। ୨ ଅଜଣା ଯୁବକ ବେଡ଼ରୁମରେ ପଶି ଭିଡିଓ ସୁଟିଂ କରିଥିଲେ ବୋଲି କହିଥିଲେ ବର୍ଷା। ଘରେ ଖାଉଥିବା ବେଳେ ଏପରି ଘଟିଥିବା ବର୍ଷା ଅଭିଯୋଗ କରିଛନ୍ତି। ଗତକାଲି ମଧ୍ୟ ୧୦୦କୁ ଡାଏଲ୍‌ କରି ସୁରକ୍ଷା ମାଗିଥିଲେ ବର୍ଷା । କାଲିଠୁ ବର୍ଷାଙ୍କ ସୁରକ୍ଷା ଦାୟିତ୍ବରେ ଅଛନ୍ତି ଜଣେ ମହିଳା କନେଷ୍ଟବଲ। ସାଂସଦ ଅନୁଭବ ମହାନ୍ତିଙ୍କ ନନ୍ଦିସାହି ଘରେ ବର୍ଷାଙ୍କୁ ସୁରକ୍ଷା ମିଳିଛି।

ପ୍ରକାଶ ଯେ, ଗତ କାଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଖାଇବା ପାଇଁ ଦିଆଯିବା ସମୟରେ ଘରେ ପ୍ରବେଶ କରିଥିଲେ ଦୁଇ ଜଣ ଯୁବକ। ଦୁଇ ଯୁବକ କେବଳ ଅନଧିକାର ପ୍ରବେଶ କରିଛନ୍ତି ତାହା ନୁହେଁ, ବରଂ ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ବି ସୁଟ୍ କରଛନ୍ତି। ଏହି ଘଟଣା, ବର୍ଷାକୁ ଭୟବିତ କରିଦେଇଛି କାରଣ, ଏହି ଦୁଇ ଯୁବକ ଅନୁଭବଙ୍କ ସହଯୋଗୀ ବୋଲି ଯେତେବେଳେ ଅଭିଯୋଗ ଆସିଛି। ଆଉ ଇଏ ହେଉଛି ଏହି ଘଟଣାର ଠିକ୍ ପରର ଚିତ୍ର। ସାଇରନ୍ ବଜାଇ କଟକ ଚୌଧୁରୀ ବଜାର ନନ୍ଦି ସାହିରେ ପହଞ୍ଚି ଥିଲା ପୁରୀଘାଟ ଥାନାର ଏକ ପୁଲିସ୍ ଟିମ୍। ବର୍ଷାଙ୍କ ଅଭିଯୋଗ ପାଇବା ପରେ ସାହିରେ ପୁଲିସ୍ ପଇଁତରା ମାରିବା ସହ ଘଟଣା ନେଇ ବର୍ଷାଙ୍କ ସହ ଆଲୋଚନା କରିଥିଲା

ଅନ୍ୟପଟେ ବର୍ଷା-ଅନୁଭବ ଦାମ୍ପତ୍ୟ ଜୀବନରେ ଉଠିଥିବା ଘଟଣା ନେଇ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ ମହାନ୍ତି। ଅନୁଭବ କହିଛନ୍ତି-ସେ ବର୍ଷାଙ୍କୁ ବହୁତ ଭଲ ପାଆନ୍ତି। ଘର ଭିତରେ ସମସ୍ୟାର ସମାଧାନ ହୋଇନପାରିବାରୁ ଉଭୟେ କୋର୍ଟର ଆଶ୍ରୟ ନେଇଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ସମସ୍ୟା। ଏବଂ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି। ଅନୁଭବଙ୍କ ସ୍ପଷ୍ଟୀକରଣ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଭିତରେ ଓଲିଉଡର ସୁପରଷ୍ଟାର୍ ଯୋଡ଼ିଙ୍କ ଆଇନ୍ର ଲଢ଼େଇ ଘନେଇବାରେ ଲାଗିଛି। ଆଉ ଏହାରି ଭିତରେ ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି ।

Comments are closed.