Odisha Link
Bridging the Missing Links in Odisha

ପରଲୋକରେ ଟଲିଉଡ଼ ଅଭିନେତା ଜୟ ପ୍ରକାଶ ରେଡି

ହାଇଦ୍ରାବାଦ: ଟଲିଉଡ଼ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କର ପରଲୋକ ଘଟିଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ତାଙ୍କ ବାସଭବନରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ୭୪ ବର୍ଷରେ ତାଙ୍କର ମୃତ୍ୟୁ ଘଟିଛି।

ଜୟା ପ୍ରକାଶ ରେଡ୍ଡୀ ତାଙ୍କର ଖଳନାୟକ ଏବଂ କମେଡି ଭୂମିକା ପାଇଁ ବେଶ୍‌ ଜଣାଶୁଣା। ତାଙ୍କର ବହୁଚର୍ଚ୍ଚିତ ଚଳଚ୍ଚିତ୍ରରେ ସମରସିମା ରେଡ୍ଡୀ, ପ୍ରେମିନଚୁକୁଣ୍ଡମ୍ ରା, ନରସିଂହ ନାଇଡୁ, ନୁଭୋଷ୍ଟାନାନେ ନେନୋଡାଣ୍ଟାନା, ଜୁଲାଇ, ରେଡି, କିକ୍, ଜୟାମ ମନାଡେରା, ଜାମ୍ବା ଲାକିଡି ପାମ୍ବା, ଅବୁନୁ ଭାଲିଦଦାର ଇସ୍ତାପାଦଡାରୁ, କବାଡି କାବିଡି କବବାଡି ଆଦି ବହୁ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।

Comments are closed.