ଚୋରାଚାଲାଣ ବେଳେ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ବାଲିଗୁଡ଼ା ପୋଲିସ୍। ବାଲିଗୁଡ଼ା ଥାନା ନାଡ଼ାପାଟାଙ୍ଗ୍ ନିକଟସ୍ଥ ରାସ୍ତା କଡ଼ ଜଙ୍ଗଲରେ ଚଢାଉ କରି ପୋଲିସ୍ ୧୦୦ କେଜି ୫୦୦ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ପୋଲିସ୍ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଅଭିଯୁକ୍ତର ନାମ ଚିତ୍ରସେନ ନାୟକ ବୋଲି ଜଣା ପଡିଛି।
ସୂଚନା ମୁତବାକ, ବାହାର ଜିଲ୍ଲାର କିଛି ଗଞ୍ଜେଇ ମାଫିଆଙ୍କୁ ଗଞ୍ଜେଇ ଯୋଗାଇବା ପାଇଁ ଚିତ୍ରସେନ ନାୟକ ବାଲିଗୁଡ଼ା ଥାନା ନାଡ଼ାପାଟାଙ୍ଘ ନିକଟସ୍ଥ ରାସ୍ତା କଡ଼ ଜଙ୍ଗଲରେ ଡାଳ ପତ୍ର ଘୋଡ଼ାଇ ଏକ କ୍ୱିଣ୍ଟାଲ ଗଞ୍ଜେଇ ବସ୍ତା ଲୁଚେଇ ରଖବା ସହ ଗାଡ଼ି ଅପେକ୍ଷାରେ ଥିଲା। ପୋଲିସ୍ ଏନେଇ ଖବର ପାଇ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି।