Odisha Link
Bridging the Missing Links in Odisha

ଚୀନ୍‌ରୁ ଫେରିଲେ ୫ ଅପହୃତ ଭାରତୀୟ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ଅପହୃତ ୫ ଭାରତୀୟଙ୍କୁ ଚୀନରୁ ଫେରିଲେ। ୫ ଭାରତୀୟ ଆଜି ଫେରିବା ନେଇ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜଜୁ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଭାରତୀୟ ସେନା ଦ୍ୱାରା ପଠାଯାଇଥିବା ହଟଲାଇନ ମେସେଜର ଜବାବ ଦେଇଛି ଚୀନର ପିଏଲଏ। ଅରୁଣାଚଳରୁ ନିଖୋଜ ୫ ଯୁବକ ଚୀନରେ ଥିବା ସ୍ୱୀକାର କରିଛି ପିଏଲଏ। ଏଥିସହ ସେମାନଙ୍କୁ ଭାରତକୁ ଫେରାଇ ଦେବାପାଇଁ ରାଜି ହୋଇଛି ଚୀନ। ଆଜି ଏକ ନିର୍ଦ୍ଦିଷ୍ଟ ସ୍ଥିରିକୃତ ସ୍ଥାନରେ ଏମାନଙ୍କୁ ହସ୍ତାନ୍ତରଣ କରାଯିବ।

ସୂଚନାଯୋଗ୍ୟ, ଜଙ୍ଗଲକୁ ଶୀକାର କରିବାକୁ ଯାଇଥିବାବେଳେ ଗତ ସେପ୍ଟେମ୍ବର ୨ ତାରିଖରେ ଏମାନଙ୍କୁ ଭାରତ-ଚୀନ ସୀମାରୁ ଅପହରଣ କରିନେଇଥିଲେ ଚୀନ ସେନା ଯବାନ। ଖବର ଜଣାପଡିବା ପରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା ଚାପ ପକାଇଥିଲା। ହଟଲାଇନ ଜରିଆରେ ପ୍ରତିପକ୍ଷଙ୍କୁ ସନ୍ଦେଶ ଦିଆଗଲା। ଗତ ୮ ତାରିଖରେ ଚୀନ ପ୍ରତିପକ୍ଷ ଭାରତୀୟ ସେନା ମେସେଜର ଉତ୍ତର ରଖିବା ସହ ଯୁବକମାନେ ସେମାନଙ୍କ କବଜାରେ ଥିବା ସୂଚନା ଦେଇଥିଲେ। ଆବଶ୍ୟକ ଔପଚାରିକତା ପରେ ଏମାନଙ୍କୁ ଫେରାଇ ଦେବାପାଇଁ ସମ୍ମତ ହୋଇଛି ଚୀନ।

Comments are closed.