Odisha Link
Bridging the Missing Links in Odisha

୧୪ରୁ ମୌସୁମୀ ଅଧିବେଶନ: ସାଂସଦଙ୍କ ବ୍ୟତୀତ କାହାକୁ ମିଳିଛି ସଂସଦରେ ପ୍ରବେଶ ଅନୁମତି ଜାଣନ୍ତୁ…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। କରୋନା ମହାମାରୀ ସମୟରେ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପାଇଁ ଲୋକସଭା ସଚିବାଳୟ ପକ୍ଷରୁ ଏକାଧିକ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଅଧିବେଶନ ସମୟରେ ପୂର୍ବତନ ସାଂସଦ ଓ ବିଧାୟକଙ୍କୁ ସଂସଦରେ ପ୍ରବେଶ ଉପରେ ରୋକ ଲଗାଯାଇଛି। ଏଥିସହ ପୂର୍ବତନ ସାଂସଦ ଓ ବିଧାୟକଙ୍କର ସଚିବ ଓ ସହାୟକମାନଙ୍କୁ ମଧ୍ୟ ସଂସଦରେ ପ୍ରବେଶ ବାରଣ କରାଯାଇଛି। ଏ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି।

ଲୋକସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ପରାମର୍ଶବଳୀ ଅନୁସାରେ ଚଳିତ ମୌସୁମୀ ଅଧିବେଶନରେ କେବଳ ସାଂସଦମାନେ ହିଁ ସଂସଦ ଭବନକୁ ଆସିବେ। ନିଜ ସହିତ କୌଣସି ଦର୍ଶକଙ୍କୁ ସଂସଦକୁ ଆଣିପାରିବେ ନାହିଁ। ସମୁଦାୟ ୨୫୭ ସଦସ୍ୟ ଲୋକସଭା ଚାମ୍ବରରେ ଏବଂ ୧୭୨ ଲୋକସଭା ପରିଦର୍ଶକ ଗ୍ୟାଲେରୀରେ ବସିବେ। ରାଜ୍ୟସଭା ଚାମ୍ବରରେ ୬୦ ଜଣ ସାଂସଦଙ୍କ ପାଇଁ ବ୍ୟବସ୍ଥା ଥିବାବେଳେ ୫୧ ଟି ରାଜ୍ୟସଭାର ପରିଦର୍ଶକ ଗ୍ୟାଲେରୀରେ ବସିପାରିବେ।

Comments are closed.