Odisha Link
Bridging the Missing Links in Odisha

ଗୁଟଖା କମ୍ପାନୀ ଉପରେ ଚଢ଼ାଉ

ସମ୍ବଲପୁର: ସମ୍ବଲପୁରର ଘରୋଇ ଗୁଟଖା କମ୍ପାନୀ ଉପରେ ଚଢ଼ାଉ ଆରମ୍ଭ ହୋଇଛି। ଜାଲ କାଗଜପତ୍ର ଜରିଆରେ ଟିକସ ଫାଙ୍କିବା ଅଭିଯୋଗରେ ଚଢାଉ କରିଛି ଜିଏସଟି ଷ୍ଟେଟ ଏନଫୋର୍ସମେଂଟ ସ୍କ୍ୱାର୍ଡ। ପ୍ରାଥମିକ ତଦନ୍ତରୁ କୋଟିଏ ଟଙ୍କାର ଜିଏସଟି ଓ ଅନ୍ୟ ଟିକସ ଠକେଇ ହୋଇଥିବା ସୂଚନା ମିଳିଛି। ତେଣୁ ସଂପୃକ୍ତ ବ୍ୟବସାୟୀମାନଙ୍କୁ ୧ କୋଟି ପର୍ଯ୍ୟନ୍ତ ଜରିମାନା ହୋଇପାରେ। ସମ୍ବଲପୁରରେ ଏକକାଳୀନ ତିନିଟି ସ୍ଥାନରେ ଚଢ଼ାଉ ଚାଲିଛି।

ଗୁଟଖା ଫ୍ୟାକ୍ଟ୍ରିରୁ ଜାଲ କାଗଜପତ୍ର ଜବତ ହୋଇଥିବା ବେଳେ ୩ଟି ମାଲ ବୋଝେଇ ଟ୍ରକକୁ ଅଟକ ରଖାଯାଇଛି। ମାଲିକମାନେ ଜାଲ କାଗଜପତ୍ର ଓ ଦସ୍ତାବିତ ତିଆରି କରି ଟିକସ ଫାଙ୍କୁଥିଲେ ବୋଲି ଜଣାପଡିଛି। ଆଜି ଚଢାଉ କରୁଥିବା ଟିମରେ ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁରର ବହୁ ଅଧିକାରୀ ସାମିଲ ଅଛନ୍ତି।

Comments are closed.