ବଜାରରେ ମିଳିବ କରୋନା ଔଷଧ

ଭୁବନେଶ୍ବର: ଏଣିକି ବଜାରରେ ମିଳିବ କରୋନା ଔଷଧ। କରୋନା ଔଷଧର ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଲା ଡିସିଜିଆଇ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍କ୍ରିପସନ୍ ଥିଲେ ଏଣିକ କିଣି ହେବ କରୋନା ଔଷଧ। କେତେକ ସର୍ତ୍ତ ସହ ଫେଭିପିରାଭିର୍ ଟାବ୍ଲେଟ୍ ବିକ୍ରିକୁ ଅନୁମତି ମିଳିଛି। ଏଥିସହ ରେମଡେସିଭିର ଇଞ୍ଜେକ୍ସନ୍ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି।
କରୋନା ଔଷଧ କିଣାବିକା ପାଇଁ ଆବଶ୍ୟକ ହେବ ପ୍ରେସ୍କ୍ରିପସନ୍ ଓ ଅନୁମତି ପତ୍ର। ବ୍ୟବହାରକାରୀ ରୋଗୀ କିମ୍ବା ସଂପର୍କୀୟଙ୍କୁ ଦେବାକୁ ହେବ ଅନୁମତି ପତ୍ର। ଏଥିସହ ଦୋକାନୀ ପ୍ରେସ୍କ୍ରିପସନ୍ ଓ ଅନୁମତି ପତ୍ରର ଜେରକ୍ସ ରଖି ଔଷଧ ଦେଇପାରିବେ।