Odisha Link
Bridging the Missing Links in Odisha

ସପ୍ଲିମେଣ୍ଟାରୀ ପରୀକ୍ଷା ଦେଲେ ୬୦ ବର୍ଷୀୟ ବ୍ୟକ୍ତି

ନୟାଗଡ଼: ଶିକ୍ଷାର ଆଗ୍ରହ ପାଖରେ ହାର ମାନିଛି ବୟସ। ବୟସର ଶିକୁଳୀ ଛିଣ୍ଡାଇ ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଛନ୍ତି ନୟାଗଡ଼ ଜିଲ୍ଲା ମୁକ୍ତ ବିଦ୍ୟାଳୟର ୬୦ ବର୍ଷୀୟ ଛାତ୍ର ବିକ୍ରମ ପରିଡ଼ା। ସାରା ରାଜ୍ୟରେ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ନୟାଗଡ଼ ସହର ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମର ଏହି ୬୦ ବର୍ଷୀୟ ବ୍ୟକ୍ତି ବିକ୍ରମ ମାଟ୍ରିକ ପରୀକ୍ଷା ଦେଉଥିବା ଜଣାଯାଇଛି। ନବଘନପୁର ପରୀକ୍ଷା କେନ୍ଦ୍ରରେ ସେ ଆଜି ପରୀକ୍ଷା ଦେଇଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଖାଲି ସେତିକି ନୁହେଁ ଏହି ବ୍ୟକ୍ତିଙ୍କର ଶିକ୍ଷାପ୍ରତି ଥିବା ଆଗ୍ରହ ତାଙ୍କୁ ସଫଳତା ଆଣିଦେବ ବୋଲି ଆଶା କରାଯାଉଛି ।

Comments are closed.