Odisha Link
Bridging the Missing Links in Odisha

ୟୋସିହିଦେ ସୁଗା ହେବେ ଜାପାନର ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନ କ୍ୟାବିନେଟ୍ ସଚିବ ୟୋସିହିଦେ ସୁଗା ହେବେ ଜାପାନର ନୂଆ ପ୍ରଧାନମନ୍ତ୍ରୀ। ଜାପାନର କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟି ସୋମବାର ସୁଗାଙ୍କୁ ନେତା ନିର୍ବାଚିତ କରିଛି। ଏଥିପାଇଁ ଲିବରାଲ ଡେମୋକ୍ରାଟିକ ପାର୍ଟି ଓ କ୍ଷେତ୍ରିୟ ପ୍ରତିନିଧିଙ୍କ ନିର୍ବାଚନରେ ସୁଗା ବହୁମତରେ ବିଜୟୀ ହୋଇଛନ୍ତି। ତାଙ୍କୁ ମୋଟ ୫୩୪ଟିରୁ ୩୭୭ଟି ବୈଧ ଭୋଟ ମିଳିଛି। ସିଞ୍ଜୋ ଆବେଙ୍କ ସ୍ଥାନରେ ସେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ।

ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଇସ୍ତଫା ଦେବେ ବୋଲି ଗତ ମାସରେ ଘୋଷଣା କରିଥିଲେ। ସୁଗାଙ୍କୁ ୫୩୪ଟିରୁ ୩୭୭ଟି ବୈଧ ଭୋଟ ମିଳିଥିବା ବେଳେ ଅନ୍ୟ ଦୁଇ ପ୍ରତିଦ୍ବନ୍ଦ୍ବୀ ମିଳିତ ଭାବେ ପାଇଛନ୍ତି ୧୫୭ ଖଣ୍ଡ ଭୋଟ୍‌ ପାଇଛନ୍ତି‌।

ୟୋସିହିଦେ ସୁଗା କହନ୍ତି ଯେ, ସେ ଜଣେ ସଂସ୍କାରବାଦୀ ଏବଂ ଅମଲାତନ୍ତ୍ରର ଆଞ୍ଚଳିକ ପ୍ରତିବନ୍ଧକ ଭାଙ୍ଗି ସେ ଯୋଜନା ହାସଲ କରିବା ନିମନ୍ତେ କାର୍ଯ୍ୟ କରିଛନ୍ତି। ଜାପାନରେ ବୈଦେଶିକ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ତାଙ୍କରି ଯୋଗୁଁ ହାସଲ କରାଯାଇଥିଲା। ଏଥିଲାଗି ସେ ସେଲ୍‌ଫୋନ୍ ବିଲ୍ ହ୍ରାସ କରିଥିଲେ ଓ କୃଷିଜାତ ରପ୍ତାନିକୁ ସୁଦୃଢ଼ କରିଥିଲେ।

Comments are closed.