Odisha Link
Bridging the Missing Links in Odisha

୧୭ ଲୋକସଭା ସାଂସଦଙ୍କୁ କରୋନା

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୧୭ ଜଣ ଲୋକସଭା ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ୧୭ଜଣ ସାଂସଦଙ୍କ ମଧ୍ୟରେ ଅଛନ୍ତି ମୀନାକ୍ଷି ଲେଖି, ଅନନ୍ତ କୁମାର ହେଗ୍‌ଡ଼େ ଏବଂ ପର୍‌ୱେଶ୍ ସାହିବ ସିଂହ, ସୁଖବୀର ସିଂହ, ପ୍ରତାପ ରାୱ ଯାଦବ, ଜନାର୍ଦ୍ଦନ ସିଂହ, ହନୁମାନ ବେନିୱାଲ, ସେଲଭମ୍ ଜୀ, ପ୍ରତାପ ରାୱ ପାଟିଲ, ରାମଶଙ୍କର କଠେରିୟା, ସତ୍ୟପାଳ ସିଂହଙ୍କ ସମେତ ଅନ୍ୟ ସାଂସଦ ରହିଛନ୍ତି। ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ସାଂସଦଙ୍କ କରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରୁ ୧୭ ଜଣ ସାଂସଦଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି।

ସଂସଦର ମୌସୁମୀ ଅଧିବେଶନରେ ପ୍ରଥମ ଦିନରେ ପ୍ରାୟ ୨୦୦ ସଦସ୍ୟ ଲୋକସଭା ଚେମ୍ବର୍‌ରେ ଉପସ୍ଥିତ ଥିଲାବେଳେ ମୁଖ୍ୟ ଚେମ୍ବର୍‌ ଉପରେ ଅବସ୍ଥିତ ଦର୍ଶକ ଗ୍ୟାଲେରିରେ ୩୦ରୁ ଅଳ୍ପ ସାଂସଦ ଆସନ ଗ୍ରହଣ କରିଥିଲେ। ସୁନିଶ୍ଚିତ ଦୂରତା ବଜାୟ ରଖିବାକୁ ସଦସ୍ୟମାନଙ୍କ ବେଞ୍ଚ୍‌ ସାମ୍ନାରେ ପ୍ଲାଷ୍ଟିକ୍ ସିଲ୍‌ଡ୍‌ ଲଗାଯାଇଥିଲା। ସାଧାରଣତଃ ଛଅ ଜଣ ସଦସ୍ୟ ବସିବା ନିମନ୍ତେ ଉଦ୍ଦିଷ୍ଟ ବେଞ୍ଚ୍‌ରେ ଏଥର ତିନି ଜଣ ସଦସ୍ୟଙ୍କ ଲାଗି ଆସନ ବ୍ୟବସ୍ଥା କରାଯାଇଛି।

Comments are closed.