Odisha Link
Bridging the Missing Links in Odisha

ବିଶ୍ୱ ତୁଳନାରେ ଭାରତରେ କରୋନା ସ୍ଥିତି ଭଲ ରହିଛି: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଯାଇଛି ସଂସଦର ମୌସୁମୀ ଅଧିବେଶନ। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ତର ହର୍ଷବର୍ଦ୍ଧନ ଭାରତର କରୋନା ସ୍ଥିତି ନେଇ ନିଜର ବକ୍ତବ୍ୟ ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱ ଏବେ ଏହି ମହାମାରୀ ସହ ଲଢେ଼ଇ କରୁଥିବାବେଳେ ଭାରତର ସ୍ଥିତି ଭଲ ରହିଛି। ଦେଶରେ କରୋନା ମାମଲା ଆସିବା ପରେ ପରେ ସହରମାନଙ୍କରେ କଣ୍ଟେଣ୍ଟମେଣ୍ଟ ଜୋନ, ଲକଡାଉନ, ସଟଡାଉନ ସମସ୍ତ ନିୟମଙ୍କୁ ଉଚିତ ଢ଼ଙ୍ଗରେ ପାଳନ କରାଯାଇଛି। ତେଣୁ ଦେଶରେ କୋଭିଡ-୧୯ ନୂତନ ମାମଲା ସହିତ ମୃତୁ୍ୟହାର କମ ଥିବା କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତରେ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରୁ କରୋନା ସଂକ୍ରମଣରେ ୩,୩୨୮ ଲୋକଙ୍କ ମୃତ୍ୟୁ ଘଟୁଛି। ବର୍ତ୍ତମାନ ସୁଦ୍ଧା ବିମାନବନ୍ଦରରେ ପ୍ରାୟ ୧୫ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରାଯାଉଛି। କରେନା କାଳରେ ସମଗ୍ର ବିଶ୍ୱ ଯେଉଁପରି ସମସ୍ୟାର ସମ୍ମୁଖୀନ କରୁଛି ତାହା ତୁଳନାରେ ଭାରତର ସ୍ଥିତି ଭଲ ରହିଛି।

Comments are closed.