Odisha Link
Bridging the Missing Links in Odisha

ବାଲିପଡ଼ା ଅଞ୍ଚଳରୁ ବାଘ ଚମଡ଼ା ଜବତ, ଜଣେ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବନାଞ୍ଚଳ ବାଲିପଡ଼ା ଅଞ୍ଚଳରୁ ବାଘ ଚମଡ଼ା ଜବତ କରାଯାଇଛି। ଗୋଟିଏ ମୋଟର ସାଇକେଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ୍‌ ନାଏକ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ବ୍ରହ୍ମପୁର ଅଞ୍ଚଳରେ ବାଘ ଚମଡ଼ା କାରବାର ଚାଲୁଥିବାର ଖବର ପାଇଥିଲା ବନବିଭାଗ। ଖବର ପାଇ ବନ ବିଭାଗର ଏକ ଟିମ୍ ବାଲିପଡ଼ା ସ୍ଥଳରେ ଚଢାଉ କରିଥିଲା , ଏବଂ ସେଠାରୁ ବାଘ ଚମଡାକୁ ଜବତ କରିଛି। ତେବେ ଏହା ପଛରେ ଆଉ କାହାର ହାତ ରହିଛି କି ନାହିଁ। କେଉଁଆଡେ ଚାଲାଣ କରୁଥିଲେ ଏ ସବୁର ତଦନ୍ତ ଜାରି ରହିଛି। ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି।

Comments are closed.