Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୩୬୪୫ ନୂଆ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୬୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮୬୫୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୫୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୪୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୯, ବାଲେଶ୍ୱରରୁ ୧୫୬, ବରଗଡ଼ରୁ ୧୫୭, ଭଦ୍ରକରୁ ୧୪୩, ବଲାଙ୍ଗୀରରୁ ୩୯, ବୌଦ୍ଧରୁ ୩୦, କଟକରୁ ୩୫୭, ଦେବଗଡ଼ରୁ ୧୫, ଢେଙ୍କାନାଳରୁ ୬୮, ଗଜପତିରୁ ୦୯, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୯୫, ଯାଜପୁରରୁ ୧୧୬, ଝାରସୁଗୁଡ଼ାରୁ ୯୧, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୯୫, କେନ୍ଦ୍ରାପଡ଼ାରୁ ୭୫, କେନ୍ଦୁଝରରୁ ୫୬, ଖୋର୍ଦ୍ଧାରୁ ୫୧୭, କୋରାପୁଟରୁ ୯୫, ମାଲକାନଗିରିରୁ ୩୩, ମୟୁରଭଞ୍ଜରୁ ୧୩୭, ନବରଙ୍ଗପୁରରୁ ୯୦, ନୟାଗଡରୁ ୩୮, ନୂଆପଡ଼ାରୁ ୯୦, ପୁରୀରୁ ୨୪୬, ରାୟଗଡ଼ାରୁ ୭୯ଜଣ, ସମ୍ବଲପୁରରୁ ୧୨୭, ସୋନପୁରରୁ ୯୯, ସୁନ୍ଦରଗଡ଼ରୁ ୮୪ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୩୪୪ଜଣ ରହିଛନ୍ତି।

ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮୬୫୦ ରେ ପହଞ୍ଚିଛି। ଏଥିମଧ୍ୟରୁ ୩୫୯୨୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୨୦୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.