Odisha Link
Bridging the Missing Links in Odisha

ଆଗ୍ରା ମୋଗଲ ସଂଗ୍ରହାଳୟର ନାଁ ବଦଳାଇଲେ ଯୋଗୀ

ଲକ୍ଷ୍ନୌ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗ୍ରାରେ ହେଉଥିବା ମୋଗଲ ସଂଗ୍ରହାଳୟର ନାଁ ବଦଳାଇଛନ୍ତି। ଛତ୍ରପତି ଶିବାଜୀ ମହାରାଜଙ୍କ ନାମରେ ଆଗ୍ରା ଅନ୍ତର୍ଗତ ନିର୍ମାଣାଧୀନ ମୋଗଲ ସଂଗ୍ରହାଳୟର ନାମ ଘୋଷଣା କରିଛନ୍ତି। ଗୁଲାମୀ ମାନସିକତାକୁ ଛାଡ଼ି ରାଷ୍ଟ୍ରକୁ ଗୌରବାନ୍ୱିତ କରୁଥିବା ପ୍ରସଙ୍ଗକୁ ପ୍ରୋତ୍ସାହିତ କରିବାର ଆହ୍ୱାନ ଦେଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ତାଜମହଲର ପୂର୍ବ ଗେଟରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଉଛି। ଯେଉଁଥିପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ଯୋଗୀ କହିଛନ୍ତି ଯେ, ଗୁଲାମି ମାନସିକତାର ପ୍ରତୀକକୁ ତ୍ୟାଗ କର। ରାଷ୍ଟ୍ର ପ୍ରତି ଗୌରବ ବୃଦ୍ଧି କରୁଥିବା ବିଷୟକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। ଆମର ନାୟକ ମୁଗଲ ହୋଇପାରିବେ ନାହିଁ। ଛତ୍ରପତି ଶିବାଜୀ ହିଁ ଆମର ନାୟକ।

ପୂର୍ବରୁ ଯୋଗୀ ଆଦିତ୍ୟନାଥ ଫୈଜାବାଦ ଜିଲ୍ଲାର ନାଁ ବଦଳାଇ ଅଯୋଧ୍ୟା କରାଇଥିଲେ। ସେହିପରି ଆହ୍ଲାବାଦର ନାଁ ବଦଳାଇ ସେ ପ୍ରୟାଗରାଜ କରିଥିବାବେଳେ ମୁଗଲସରାଇ ଷ୍ଟେସନର ନାଁକୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରାଯାଇଛି। ଅପରପକ୍ଷରେ ଲକ୍ଷ୍ନୌର ନାଁକୁ ଲକ୍ଷ୍ମଣପୁରକୁ ବଦଳାଇବା ପାଇଁ ମଧ୍ୟ ଦାବି କରାଯାଉଛି।

Comments are closed.