Odisha Link
Bridging the Missing Links in Odisha

ବୌଦ୍ଧ ଜିଲ୍ଲାରୁ କରୋନ ନେଲା ପ୍ରଥମ ମୁଣ୍ଡ

ବୌଦ୍ଧ: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ରାଜ୍ୟରେ ଆଜି ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଏହା ମଧ୍ୟରେ ଜଣେ ବୌଦ୍ଧ ଜିଲ୍ଲାର ଅଛନ୍ତି। ସେ ଜଣେ ମହିଳା। ତାଙ୍କୁ ୬୫ ବର୍ଷ ହୋଇଥିଲା।ବୌଦ୍ଧ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧,୧୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୭୮ ଜଣ ସୁସ୍ଥ ହୋଇସାରିଲେଣି।

ସେହିପରି ୩୬୩ ଜଣ ଚିକିତ୍ସାଧୀନ ଅଛନ୍ତି।ବୌଦ୍ଧରେ ଜଣଙ୍କ ମୃତ୍ୟୁ ଘଟିବା ସହିତ କରୋନାରେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୮ଟି ଜିଲ୍ଲାରେ କରୋନା ଲୋକଙ୍କ ଜୀବନ ନେଇ ସାରିଲାଣି। ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନାରେ କାହାରି ମୃତ୍ୟୁ ଘଟିନାହିଁ।

Comments are closed.