ଖୁବ୍ ଶୀଘ୍ର ହେବ ସେରମ ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହେବ ସେରମ ଟିକା ପରୀକ୍ଷଣ।। କରୋନା ଟିକା ଅଗ୍ରଗତ ନେଇ ଆସିଏମ୍ଆର୍ ଡିଜି ବଳରାମ ଭାର୍ଗବ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତରେ ବର୍ତ୍ତମାନ ୩ ପ୍ରକାରର ପ୍ରକାରର ପରୀକ୍ଷା ନିରୀକ୍ଷା ଚାଲୁ ରହିଛି। କାଡିଲାକ୍ ଟିକାର ପ୍ରଥମ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସରିଯାଇଛି ଏବେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇ ନାହିଁ। ଭାରତରେ ବାୟୋଟେକ୍ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସରିଯାଇଛି। ଦ୍ବିତୀୟ ପର୍ଯ୍ୟାୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ।
ଅକ୍ସଫୋର୍ଡ ପ୍ରସ୍ତୁତ ସେରମ ଉତ୍ପାଦିତ ଟିକାର ତୃତୀୟ ପର୍ଯ୍ୟାୟ ଚାଲିଛି। ତୃତୀୟ ପର୍ଯ୍ୟାୟ ପ୍ରଥମ ଦଫାରେ ୧୦୦ ରୋଗୀଙ୍କୁ ଏହି ଟିକା ଦିଆଯାଇଛି।ଏବେ ଏହି ପରୀକ୍ଷଣଣେ ବିରତି ଦିଆଯାଇଥିବା ବେଳେ ଖୁବ୍ ଶୀଘ୍ର ପରୀକ୍ଷଣ ଆରମ୍ଭ କରାଯିବ।