Odisha Link
Bridging the Missing Links in Odisha

ଅଟୋକୁ ଧକ୍କା ଦେଲା ଟ୍ରକ, ଦୁଇ ମୃତ

ମୟୁରଭଞ୍ଜ: ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଅଟୋକୁ ଧକ୍କା ଦେଇ ଏକ ଟ୍ରକ ଓଲଟି ପଡ଼ିଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଦୁଇ ମୃତକ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ଥିବା ଜଣାପଡ଼ିଛି।

ଅନ୍ୟ ଗୁରୁତରଙ୍କୁ ବାଙ୍ଗିରିପୋଷି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ମୃତ୍ୟୁ ହୋଇଥିଲା। ବିଶୋୟୀରୁ ଶୁଳିଆପଦାକୁ ଏକ ଅଟୋରେ ୧୨ ଜଣ ଯାଉଥିଲେ। ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Comments are closed.