Odisha Link
Bridging the Missing Links in Odisha

ସାମ୍ବାଦିକଙ୍କୁ ଆକ୍ରମଣ

କଣ୍ଟାବାଂଜି: ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି। କଣ୍ଟାବାଂଜିରେ ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଛି ଏବଂ ତାଙ୍କ କ୍ୟାମେରାକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଛି। ଖବର ସଂଗ୍ରହ ବେଳେ ସରପଞ୍ଚ ଓ ତାଙ୍କ ସ୍ୱାମୀ ତଥା ସମର୍ଥକମାନେ ଶ୍ରୀ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଝରାବୀ ପଞ୍ଚାୟତରେ କ୍ୱାରେଣ୍ଟାଇନ ସହାୟତା ରାଶି ମିଳୁନଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଶ୍ରୀ ପାଣିଗ୍ରାହୀ ଉକ୍ତ ପଞ୍ଚାୟତର ରାମୋଡ଼ି ଗାଁକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ଖବର ସଂଗ୍ରହ ସମୟରେ ସରପଞ୍ଚ ଓ ତାଙ୍କ ସ୍ୱାମୀ ଏବଂ ସମର୍ଥକମାନେ ଶ୍ରୀ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ। ଏନେଇ ଖବର ପାଇ କଣ୍ଟାବାଂଜି ପୁଲିସ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ପାଣିଗ୍ରାହୀଙ୍କୁ ଉଦ୍ଧାର କରିଛନ୍ତି।

Comments are closed.