Odisha Link
Bridging the Missing Links in Odisha

‘ହାରାମି’ରେ ଇମ୍ରାନ୍‌ ହାସମୀ, ଇନଷ୍ଟାରେ ସେୟାର କଲେ ଫଟୋ

ମୁମ୍ବାଇ: ବଲିଉଡ ସିନେ ଜଗତର ରୋମାଣ୍ଟିକ ହିରୋ ଇମ୍ରାନ୍‌ ହାସମୀଙ୍କର ଆସୁଛି ଆଉ ଏକ ଫିଲ୍ମ। ଇମ୍ରାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ରର ‘ହାରାମି’ର ଫ୍ଲାଷ୍ଟ ଲୁକ୍‌ ଜାରି ହୋଇଛି। ଏନେଇ ଇମ୍ରାନ୍‌ ଇନଷ୍ଟାରେ ସେୟାର କରିଛନ୍ତି।

ହାରାମି ଚଳଚ୍ଚିତ୍ରରେ ଇମ୍ରାନ୍ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବେ। ଫାଷ୍ଟଲୁକ୍‌ ଜାରି ହୋଇଥିବା ଫଟୋରେ ତାଙ୍କର କେଶ, ଦାଢ଼ି ବଢ଼ିଯାଇଥିବାବେଳେ ସେ ଆଖିରେ ମୋଟା ଚଷମା ଲଗାଇଥିବା ଅନ୍ଦାଜରେ ନଜର ଆସିଛନ୍ତି। ବେକରେ ସୁନା ଚେନ୍‌ ପକାଇଛନ୍ତି। କ୍ୟାପ୍‌ସନରେ ଲେଖିଛନ୍ତି, ‘ହାରାମି’ର ଫାଷ୍ଟଲୁକ୍‌। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶ୍ୟାମ ମଦିରାଜୁ ଏହି ଫିଲ୍ମର କାହାଣୀ ରଚନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି। ଏହାର କାହାଣୀ ଅପରାଧ, ପ୍ରେମ ଉପରେ ପର୍ଯ୍ୟବସିତ। ବୁସାନ୍‌ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୦ର ମୁଖ୍ୟ ପ୍ରତିଯୋଗିତା ପର୍ଯ୍ୟାୟକୁ ମଧ୍ୟ ଏହା ମନୋନୀତ ହୋଇଛି।

Comments are closed.