Odisha Link
Bridging the Missing Links in Odisha

ମାସକ ମଧ୍ୟରେ ଆସିପାରେ କରୋନା ଟୀକା: ଡୋନାଲ୍ଡ ଟ୍ରମ୍ପ୍

ଓ୍ବାଶିଂଟନ: କରୋନା ଟୀକାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା। ମାସକ ଭିତରେ କରୋନା ଟିକା ଆସିପାରେ ବୋଲି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। କରୋନାଭାଇରସ ଟିକା ବାବଦରେ ମଙ୍ଗଳବାର ଏହି ପରି ଘୋଷଣା କରିଛନ୍ତି ଟ୍ରମ୍ପ। ପେନସିଲଭାନିଆରେ ଭୋଟରଙ୍କ ସହ ଟାଉନ ହଲ ପ୍ରଶ୍ନ ଉତ୍ତର ଅଧିବେଶନରେ ଟ୍ରମ୍ପ କହିଛନ୍ତି ଯେ, ଆମେ ଟିକା ପାଇବାକୁ ଅତି ନିକଟତର। ଆପଣ ଏହା ଜାଣିବାର ସପ୍ତାହ ମଧ୍ୟରେ ଅଛନ୍ତି। ତିନି ସପ୍ତାହ, ଚାରି ସପ୍ତାହ ବି ହୋଇପାରେ।

ସୂଚନାଯୋଗ୍ୟ, ନଭେମ୍ବର ୩ ରେ ଆମେରିକାରେ ନିର୍ବାଚନ ଥିବାରୁ ଟ୍ରମ୍ପ ସରକାରୀ ସ୍ୱାସ୍ଥ୍ୟ ନିୟାମକ ଏବଂ ବିଶେଷଜ୍ଞଙ୍କ ଉପରେ ରାଜନୈତିକ ଚାପ ପକାଉଛନ୍ତି ବୋଲି ଡେମୋକ୍ରାଟିକ ଦଳ ଚିନ୍ତା ପ୍ରକଟ କରିଛନ୍ତି। ନିର୍ବାଚନ ପ୍ରଚାର କାର୍ଯ୍ୟରେ ଥିବା ସମୟରେ ଟ୍ରମ୍ପଙ୍କ ଏପରି ଘୋଷଣା ପରେ ଆମେରିକାରେ ରାଜନୀତି ବଢିଛି। ଆମେରିକାର ସର୍ବୋଚ୍ଚ ସଂକ୍ରାମକ ରୋଗ ଡାକ୍ତର ଆନ୍ଥୋନୀ ଫ୍ୟୁସିଙ୍କ ସମେତ ଅନ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା କରୋନା ଟିକା ବାହାର କରିବାର ସମ୍ଭାବନା ରହିଛି। ଆମେରିକାରେ କରୋନାରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି।

Comments are closed.