Odisha Link
Bridging the Missing Links in Odisha

କରୋନା ରୋଗୀଙ୍କୁ ମୁଖ୍ୟ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ କରୋନା ରୋଗୀଙ୍କୁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଟ୍ବିଟ୍‌ କରି ପରାମର୍ଶ ଦେଇଛନ୍ତି।କରୋନା ରୋଗୀଙ୍କୁ ଅସୀତ ତ୍ରିପାଠୀ ଟ୍ବିଟ୍‌ କରି କହିଛନ୍ତି ଯେ, ଟୁଇନ ସିଟିକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶରେ ଆସୁଥିବା ଆକ୍ରାନ୍ତ ଆନୁଷଙ୍ଗିକ ବ୍ୟବସ୍ଥାରେ ଆସନ୍ତୁ। ଆନୁଷଙ୍ଗିକ ବ୍ୟବସ୍ଥା ସହ ଅକ୍ସିଜେନ ସପୋର୍ଟରେ ଆସନ୍ତୁ। ଅବହେଳା ପାଇଁ ଅତୀତରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ସାରା ରାଜ୍ୟ ପାଇଁ ଟୁଇନ ସିଟିରେ ଚିକିତ୍ସା ପାଇଁ ସରକାର ଅତ୍ୟାଧୁନିକ ବ୍ୟବସ୍ଥା କରିଛନ୍ତି।

ସୂଚନାଯୋଗ୍ୟ, ଓଡିଶା ସରକାର ସବୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି। ଓଡିଶାରେ ଭର୍ଚୁଆଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଏହି ଚିଠି ଲେଖାହୋଇଛି। ଦୂରରୁ ବିଶେଷଜ୍ଞ ଡାକ୍ତର ଜିଲ୍ଲାସ୍ତରୀୟ ହସ୍ପିଟାଲକୁ ପରାମର୍ଶ ଦେବେ। ଏନେଇ ସବୁ ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ଏଥିସହ ସବୁ ଗୁରୁତର କରୋନା ଆକ୍ରାନ୍ତଙ୍କୁ ଟୁଇନ ସିଟିକୁ ନପଠାଇବାକୁ ପରାମର୍ଶ ଦିଆଯାଇଛି। ଗୁରୁତର ଆକ୍ରାନ୍ତ କରୋନା ରୋଗୀଙ୍କୁ ପ୍ରଥମେ ଜିଲ୍ଲାସ୍ତରରେ ଥିବା ହସ୍ପିଟାଲରେ ଚିକିତ୍ସା କରାଯିବ।

ବିଶେଷଜ୍ଞ ଡାକ୍ତର ଭିଡିଓ କନଫରେନ୍ସିଂ ଯୋଗେ ପରାମର୍ଶ ଦେବେ। ସବୁ ଗୁରୁତର କରୋନା ରୋଗୀଙ୍କୁ ଟୁଇନ ସିଟିକୁ ନପଠାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଜିଲ୍ଲା ସ୍ତରର ଡାକ୍ତରମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବା ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଘରୋଇ ହସ୍ପିଟାଲଗୁଡିକରେ କୋଭିଡ ଚିକିତ୍ସା ପାଇଁ ନିର୍ଦ୍ଦେଶନାମା ଜାରି କରି ରାଜ୍ୟ ସରକାର କହିଛନ୍ତି, ସବୁ ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ ସାଧାରଣ ବେଡ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରହିବ।

Comments are closed.