Odisha Link
Bridging the Missing Links in Odisha

ବଲିଉଡ଼ ଆମକୁ ନାଁ, ସମ୍ମାନ, ପଇସା ସବୁକିଛି ଦେଇଛି : ହେମା

ନୂଆଦିଲ୍ଲୀ: ଜୟା ବଚ୍ଚନଙ୍କ ପରେ ଅଭିନେତ୍ରୀ ହେମା ମାଲିନି ବଲିଉଡର ସପକ୍ଷରେ କହିଥିଲେ ଅର୍ଥାତ ଜୟାଙ୍କୁ ସମର୍ଥନ କରିଥିଲେ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହୋଇଥିବା ଅତ୍ୟାଧୁନିକ ଘଟଣା ପରେ ଚଳଚ୍ଚିତ୍ର ଶିଳ୍ପକୁ ଅପରାଧ ତଥା ନିଶା ସେବନ ଭଳି ସମାଲୋଚନା କରାଯାଉଛି।

ମଙ୍ଗଳବାର ଦିନ ଜୟା ସଂସଦରେ କହିଥିଲେ ଯେ ବଲିଉଡର ଭାବମୂର୍ତ୍ତିକୁ ଇଣ୍ଡଷ୍ଟ୍ରିର କିଛି ସଦସ୍ୟ କିପରି ଅପବିତ୍ର କରୁଛନ୍ତି। ମୌସୁମୀ ଅଧିବେଶନ ଆରମ୍ଭରୁ ବଲିଉଡ଼ର ଡ୍ରଗ୍ସ ଲିଙ୍କ ମାମଲାଟି ଆଲୋଚନା ହେବା ପରେ ନୂଆ ତଥ୍ୟ ସାମନାକୁ ଆସିଛି ।

ବିଜେପି ସାଂସଦ ରବିକିଶନ ବଲିଉଡ଼ ଡ୍ରଗ୍ସ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ନେବା ପ୍ରସଙ୍ଗ ଉଠାଇବା ପରେ ସମାଜପାର୍ଟି ସାଂସଦ ଜୟା ବଚ୍ଚନ ଏହାକୁ ବିରୋଧି କରି କହିଥିଲେ ଯେଉଁ ପତ୍ରରେ ଖାଉଛ ସେଥିରେ କଣା କରିବା ଉଚିତ୍ ନୁହେଁ ।

ଯାହାକୁ ସମର୍ଥ କରିଛନ୍ତି ବଲିଉଡର ନାମୀ କଳାକାର ହେମାମାଲିନୀ । ସେ କହିଛନ୍ତି ଯେ ଏହି ବଲିଉଡ଼ ଆମକୁ ନାଁ, ସମ୍ମାନ, ପଇସା ସବୁକିଛି ଦେଇଛି ଏହାକୁ ବାଦ୍ ଦେଲେ ପ୍ରଚୁର ଭଲପାଇବା ମଧ୍ୟ ପାଇପାରିଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ,“ଆପଣ ବଲିଉଡର ଭାବମୂର୍ତ୍ତିକୁ ଖରାପ କରିପାରିବେ ନାହିଁ। ଏହା ଏକ ଛୋଟ ଉଦାହରଣ, ଯେପରି କପଡ଼ାର ଦାଗ ପରି ଆମେ ଏହାକୁ ଧୋଇବା ଉଚିତ୍ ।

ତେଣୁ ବଲିଉଡ଼କୁ ଏପରି ଟାର୍ଗେଟ କରୁଥିବା ଲୋକଙ୍କ କଦର୍ଯ୍ୟ ଭାଷାକୁ ସେ ଆଦୌ ସହିପାରୁନାହାନ୍ତି । କାରଣ ଏପରି ଲୋକ ବଲିଉଡ଼କୁ କଳାକନା ବୁଲାଇ ସବୁଦିନ ଲାଗି ବନ୍ଦ କରିଦେବାକୁ ଚାହୁଁଛନ୍ତି । ବଲିଉଡ଼ ଏକ ସୁନ୍ଦର ପରିବେଶ, କଳାର ଗନ୍ତାଘର । ତେଣୁ ଏହାକୁ ସମ୍ମାନ ଦିଆଯିବା ଉଚିତ ।

ସେହିପରି ଶିବସେନା ମୁଖ୍ୟ ଜୟାଙ୍କୁ ସମର୍ଥନ କରି କହିଛନ୍ତି ଯେଉଁମାନେ ବଲିଉଡ଼କୁ ସମାଲୋଚନା କରୁଛନ୍ତି ଡ୍ରଗ୍ସ ମାମଲାକୁ ନେଇ ନର୍କ ସହିତ ତୁଳନା କରିବାକୁ ପଛାଉନାହାନ୍ତି ସେମାନେ ପ୍ରଥମେ ନିଜକୁ ଦେଖନ୍ତୁ । କାରଣ ଜୟା ସବୁବେଳେ ସାମଜିକ ଓ ରାଜନୈତିକ ହିତ ଲାଗି ପ୍ରସଙ୍ଗ ଉଠାଇ ଥାଆନ୍ତି ।

ତେଣୁ ସିନେମା ଇଣ୍ଡଷ୍ଟ୍ରି ଗଙ୍ଗା ପରି ପବିତ୍ର । ଯେଉଁମାନେ ଏହାକୁ ବିରୋଧ କରି ନାରାବାଜି ଚଲାଉଛନ୍ତି ସେମାନ ନିଜର ସମ୍ମାନ ହରାଉଛନ୍ତି ।

Comments are closed.