Odisha Link
Bridging the Missing Links in Odisha

କଂଗ୍ରେସ ଛାଡ଼ିଲେ ରାଜକିଶୋର

ଭୁବନେଶ୍ୱର: ଆଗକୁ ଆସୁଛି ତିର୍ତ୍ତୋଲ ଉପ ନିର୍ବାଚନ ଏଥିପାଇଁ ବିଜେଡି, କଂଗ୍ରେସ ଓ ବିଜେପି ନିଜ ନିଜର ରଣକୌଶଳ ଆରମ୍ଭ କରିଛନ୍ତି। ଏହି ସମୟରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। କାରଣ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ରାଜକିଶୋର ବେହେରା ଇସ୍ତଫା ଦେଇଛନ୍ତି।

ରାଜକିଶୋର ନିଜର ଇସ୍ତଫା ପତ୍ରକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ରାଜକିଶୋର ୨୦୦୯ ଓ ୨୦୧୪ରେ ତିର୍ତ୍ତୋଲରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ। ଆଗକୁ ଉପନିର୍ବାଚନ ଥିବାବେଳେ ରାଜିକଶୋରଙ୍କ ହଠାତ ଇସ୍ତଫାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Comments are closed.