Odisha Link
Bridging the Missing Links in Odisha

ମାଆକୁ ପିଟି ପିଟି ମାରିଦେଲେ ଦୁଇ ପୁଅ

ଭୁବନେଶ୍ବର: ଘରୋଇ କଳିକୁ କେନ୍ଦ୍ର କରି ନିଜ ଜନ୍ମକଲା ମାଆକୁ ମାରିଦେଲେ ୨ କୁଳାଙ୍ଗାର ପୁଅ। ଏମିତ ଏକ ଘଟଣା ଘଟିଛି ଭୁବନେଶ୍ୱରସ୍ଥ ଏୟାରପୋର୍ଟ ଥାନା ଅଞ୍ଚଳରେ। ନିଶାଗ୍ରସ୍ତ ହୋଇ ୨ ପୁଅ ମାଆକୁ ହତ୍ୟା କରିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସ ମୃତଦେହ ଜବତ କରିବା ସହ ୨ କୁଳାଙ୍ଗାର ପୁଅକୁ ଅଟକ ରଖି ପଚରା ଉଚୁରା କରୁଛି।

ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ୨ ପୁଅ କୌଣସି କାରଣକୁ ନେଇ ନିଜ ମାଆ ସହ ପ୍ରଥମେ ଝଗଡ଼ା କରିଥିଲେ। କଥା କଟା କଟି ଭିତରେ ଉଭୟ ପୁଅ ଉତ୍ତ୍ୟକ୍ତ ହୋଇ ଏକ ଢେଙ୍ଗାରେ ନିଜ ମାଆକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାର ଛାନଭିନ କରୁଛି ।

Comments are closed.