Odisha Link
Bridging the Missing Links in Odisha

ଶ୍ରୀନଗରରେ ଏନ୍‌କାଉଣ୍ଟର: ୩ ଆତଙ୍କୀ ନିହତ

ଶ୍ରୀନଗର: ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ୩ ଆତଙ୍କୀ ନିହତ, ଦୁଇଜଣ ସିଆରପିଏଫ୍ ଅଫିସର ଆହତ। ଆଜି ସକାଳୁ ଶ୍ରୀନଗରର ବଡମଲନୁ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦାସୂଚନା ମିଳିବା ପରେ ଆରମ୍ଭ ହୋଇଛି ଅପରେସନ। ଏହି ଅଞ୍ଚଳରେ ଆଖପାଖ ସ୍ଥାନକୁ ପୁରା କର୍ଡନ କରି ରଖିଛି ସେନା। ପ୍ରେତ୍ୟକ ଛକ ସ୍ଥାନରେ ସଶସ୍ତ୍ର ବଳ ମୁତୟନ ଅଛନ୍ତି। ସିଆରପିଏଫର କୁଇକ୍ ଆକ୍ସନ ଟାକ୍ସଫୋର୍ସର ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ। ଅହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି।

ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ରାତି ପ୍ରାୟ ୨.୩୦ ସମୟରେ ବାଟମାଲୁର ଫିରଦାଉସାବାଦ ଅଞ୍ଚଳରେ ଘେରାବନ୍ଦୀ କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ ଯାହା ପରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଥିଲା ଏବଂ ପରେ ଏନକାଉଣ୍ଟରରେ ହୋଇଥିଲା। ଏହି ଅପରେସନରେ ସିଆରପିଏଫ୍, ଜାମ୍ମୁକାଶ୍ମୀର ପୋଲିସ ଏବଂ ରାଷ୍ଟ୍ରୀୟ ରାଇଫଲ୍ର ୫୦ ଜଣ ଜବାନ ସାମିଲ ହୋଇଛନ୍ତି। ଏନକାଉଁଟରରେ ୨ ଜଣ ଜବାନ ଆହତ ହୋଇଛନ୍ତି ।

Comments are closed.