Odisha Link
Bridging the Missing Links in Odisha

ରାଜଧାନୀରେ ସଫେଇ କର୍ମଚାରୀଙ୍କ ଧାରଣା

ଭୁବନେଶ୍ବର: ରାଜଭବନ ନିକଟରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ। ସେମାନଙ୍କର ଗୋଟିଏ ଦାବି ଆମକୁ ମିଳୁ ଦରମା ଆଉ କରୋନାରୁ ସୁରକ୍ଷା ପାଇଁ ସୁରକ୍ଷା କିଟ୍। ଧାରଣାରେ ବସିଛନ୍ତି ପ୍ରାୟ ୬୦ରୁ ଅଧିକ ମହିଳା ଓ ପୁରୁଷ ସଫେଇ କର୍ମଚାରୀ। ବିଏମସିର ସଫେଇ କାମକୁ ଠିକାରେ ନେଇଥିବା ଠିକାସଂସ୍ଥା, ଏହି ସଫେଇ କର୍ମଚାରୀଙ୍କୁ କରୋନା କାଳରେ ଦରମା ଦେଉନଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଦିନରାତି ଏକ୍ କରି ରାଜଧାନୀକୁ ସଫା ରଖୁଥିବା ଦିନ ମଜୁରିଆଙ୍କୁ ଠିକାସଂସ୍ଥାର ଏପରି ବ୍ୟବହାର ସେମାନଙ୍କ ପାଇଁ କଷ୍ଟଦାୟକ ବୋଲି ସେମାନେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ବିଏମସି ଅନ୍ତର୍ଗତ ୪୬ ନଂବର ୱାର୍ଡର ୬୦ରୁ ଅଧିକ ସଫେଇ କର୍ମଚାରୀଙ୍କୁ ଦରମା ମିଳିନଥିବା ଅଭିଯୋଗ ହୋଇଛି। କରୋନା ସମୟରେ ମାସ୍କ କିଂବା ଗ୍ଲୋବସ ମଧ୍ୟ ଠିକା ସଂସ୍ଥା ଦେଉନି। ଏପରି ଅବ୍ୟବସ୍ଥା ନେଇ ସେମାନେ ବିଏମସି ଠାରୁ ଠିକା ନେଇଥିବା ଠିକା ସଂସ୍ଥା , ଜାଗୃତିକୁ ଜଣାଇଛନ୍ତି। ହେଲେ କିଛି ଫଳ ହୋଇନଥିବା ଅଭିଯୋଗ କରିଛନ୍ତି। ପ୍ରତିବାଦରେ ଆଜି ସେମାନେ ରାଜଭବନ ନିକଟରେ ଧାରଣାରେ ବସିଛନ୍ତି।

Comments are closed.