Odisha Link
Bridging the Missing Links in Odisha

ସୋସିଆଲ ମିଡିଆରେ ଟ୍ରୋଲ ହେଲେ ବିଗ ବି

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ନିଜ ସୋସିଆଲ ମିଡିଆରେ  ପ୍ରଶଂସକମାନଙ୍କୁ ମାସ୍କ ପିନ୍ଧିବାକୁ ମନେ ପକାଇନ୍ତି । ବର୍ତ୍ତମାନ ସେ ନିଜର ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି , – ‘ସୁରକ୍ଷିତ ରୁହ ଏବଂ ସୁରକ୍ଷା ରେ ରୁହ’। ଫଟୋଟିରେ ସେ ଫେସ ସିଲ୍ଡ ପିନ୍ଧିଥିବାର ନଜର ଆସିଛନ୍ତି।ଏଥିରେ ତାଙ୍କର ନାକ ଏବଂ ଆଖି ଘୋଡାଯାଇଛି କିନ୍ତୁ ପାଟି ଖୋଲା ଅଛି ।ଯାହା ଦ୍ବାରା ତାଙ୍କୁ ଟ୍ରୋଲର ସିକାର ହେବାକୁ ପଡ଼ିଛି ।

ବିଗ୍ ବିଙ୍କ ଫଟୋ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି – ସାର୍, ତଥାପି ଆପଣଙ୍କୁ ପାଟି ଘୋଡାଇବାକୁ ପଡିବ। ଅନ୍ୟ ଜଣେ ଲେଖିଛନ୍ତି- ‘ଦୟାକରି ତୁମର ମାସ୍କକୁ ସାର୍ ପିନ୍ଧନ୍ତୁ । ଏହି ଫଟୋକୁ ଅମିତାଭ ବଚ୍ଚନ ବିଳମ୍ବିତ ରାତିରେ ସେୟାର କରିଥିଲେ,। ଅନ୍ୟଜଣେ ଲେଖିଥିଲେ – ‘କିଛି ସମୟ ବିଶ୍ରାମ ନିଅ ସାର୍, ଆପଣ ଏତେ ଟଙ୍କା ନେଇ କୁଆଡେ ଯିବେ?’ ଏଥିସହିତ ଅନେକ ଲୋକ ଜୟା ବଚ୍ଚନଙ୍କ ଉପରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ଏହି ଫଟୋ ଉପରେ ମନ୍ତବ୍ୟ ଦେବାବେଳେ ଜଣେ ଉପଭୋକ୍ତା ଲେଖିଛନ୍ତି – ‘ତୁମ ପତ୍ନୀଙ୍କ ପାଟି ବନ୍ଦ କର।’

https://www.instagram.com/p/CFQMIG7hcD9/

ଡ୍ରଗ୍ସ ବିବାଦ ସମ୍ପର୍କରେ ଜୟା ବଚ୍ଚନଙ୍କ ବକ୍ତବ୍ୟ ପରେ ବଲିଉଡକୁ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାପଡିଛି।ତେବେ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କୁ ଟାର୍ଗେଟ କରି ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଥିଲେ। ଜୟା ବଚ୍ଚନଙ୍କ ବିବୃତ୍ତି ପରେ ନିକଟରେ ଅମିତାଭ ବଚ୍ଚନ ମଧ୍ୟ ଉତ୍ତେଜନା ପ୍ରକାଶ କରିଥିଲେ। ଜୟା ବଚ୍ଚନଙ୍କୁ ଟ୍ରୋଲ କରାଯିବା ପରେ ଟ୍ରୋଲରକୁ ଟାର୍ଗେଟ କରିଥିଲେ ବିଗ୍ ବି।

ତେବେ ଅମିତାଭ ଫଟୋଟିକୁ କୋନ ବନେଗା କରୋଡ ପତି ସୁଟିଂ ସେଟରେ ଉଠାଇଥିଲେ ।ଏହା ପ୍ରମଥର ନୁହେଁ ସେ ଅନେକ ଥର ନିଜ ସିଟିଂ ସେଟରୁ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ସେଆର କରିଥାନ୍ତି ।

Comments are closed.