Odisha Link
Bridging the Missing Links in Odisha

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଛାତ୍ରଙ୍କର ଜୀବନ

ମୟୂରଭଞ୍ଜ: ବାରିପଦାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କର ଜୀବନ ଚାଲି ଯାଇଛି । ମୃତକଜଣକ ହେଲେ ସ୍ଥାନୀୟ ରାଗଧା ଏସସିବି ଜୁନିଅର କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଲିଟୁ ମୁର୍ମୁ।

ସୂଚନା ଅନୁସାରେ, ଲିଟୁ ସକାଳୁ ପ୍ରାତଃ ଭ୍ରମଣ ପାଇଁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଲିଟୁଙ୍କର ଘର କେସିପୁର ଗୀର୍ଜା ନିକଟରେ ବୋଲି ଜଣାପଡ଼ିଛି। ବାରିପଦା ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Comments are closed.