Odisha Link
Bridging the Missing Links in Odisha

ଦୁନିଆସାରା ଠପ୍‌ ରହିଲା ଇନଷ୍ଟାଗ୍ରାମ୍‌ ଓ ଫେସବୁକ୍‌, ଅସୁବିଧାର ସମ୍ମୁଖୀନ ହେଲେ ଲୋକେ

ନୂଆଦିଲ୍ଲୀ: ସୋଶିଆଲ ନେଟଓ୍ବାର୍କିଙ୍ଗ୍‌ ସାଇଟ୍‌ ଫେସବୁକ ଓ ଇନଷ୍ଟାଗ୍ରାମ୍‌ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଗୁରୁବାର ରାତିରେ ସବୁଠୁ ଅଧିକ ବ୍ୟବହୃତ ହେଉଥିବା ଆପ୍‌ ସମାୟିକ ସମୟ ପାଇଁ ବନ୍ଦ ହୋଇ ଯାଇଥିଲ।। ଲୋକ ମାନେ କିଛି ସମୟ ପାଇଁ ଏହି ୨ଟି ଆପ୍‌ରେ ଲଗ ଇନ୍‌ କରିବା ନେଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବ୍ୟବହାରକାରୀ ମାନେ ଫଟୋ, ଭିଡିଓ ଓ ସମାଚାର ଫିଡ ଅପଲୋଡ କରିବା ନେଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଭାରତ ସମେତ ସାରା ବିଶ୍ବର ବ୍ୟବହାରକାରୀ ମାନେ ଇନଷ୍ଟ୍ରାଗ୍ରାମ୍‌ ଏବଂ ଫେସବୁକ୍‌ ୨ଟି ଆପକୁ ବ୍ୟବହାର କରିବାରେ ଅସୁବିଧାାର ସମ୍ମୁଖୀନ ହୋଇଥିଲେ। ରିଫ୍ରେଶ, ମେସେଜ ଏବଂ ଫଟୋ ମଧ୍ୟ ଠିକରେ ସେୟାର କରି ପାରୁନଥିଲେ। ଡାଉନଡିକ୍ଟର ମୁତାବିକ, ଏହି ୨ଟି ଆପର ବୈଷୟିକ ତ୍ରୁଟି ଗତକାଲି ରାତି ୧୧ଟାରେ ହୋଇଥିବାର ଦେଖିବାକୁ ମିଳିଥିଲା। ଡାଉନଡିକ୍ଟର ଏକ ସାଇଟ୍‌ ଯାହା ଆଉଟେଜକୁ ଟ୍ରାକ୍‌ କରିଥାଏ। କିଛି ବ୍ୟବହାରକାରୀ ମାନେ ମଧ୍ୟ ଏହି ସମସ୍ୟାକୁ ଟୁଇଟରରେ ପ୍ରକାଶ କରିଛନ୍ତି। ଏଥିସହ #instagramdown ଏବଂ #facebookdown ଟୁଇଟ କରିଥିଲେ।

Comments are closed.