Odisha Link
Bridging the Missing Links in Odisha

ବୁଲେଟ ଟ୍ରେନ ପରେ ଭାରତରେ ଗଡ଼ିବ ମ୍ୟାଗଲୋବ ଟ୍ରେନ୍

ନୂଆଦିଲ୍ଲୀ : ମୋଦି ସରକାର ବୁଲେଟ୍ ଟ୍ରେନ୍ ପରେ ଅନ୍ୟ ଏକ ଟ୍ରେନ୍ ଆଣିବାକୁ ଯାଉଛନ୍ତି। ତାହା ହେଲା ମ୍ୟାଗଲୋବ୍ ଟ୍ରେନ୍ ।ସେଥି ପାଇଁ ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ର୍ୟାପିଡ୍ ଏଜି ସହିତ ଚୁକ୍ତି କରିଛି । ଟ୍ରେନ୍ ଟିକୁ ମୁମ୍ୱାଇରୁ ଚଣ୍ଡିଗଡ ପହଁଞ୍ଚିବା ପାଇଁ ଅଧଘଣ୍ଟା ଲାଗିବ ।ଏହା ଚାଲିବା ପାଇଁ ଚୁମ୍ୱକୀୟ ଶକ୍ତି ବ୍ୟବହାର କରାଯିବ ।

ଏହାକୁ ଭାରତ ହେଭି ଇଲେକ୍ଟ୍ରିକ୍ ଲିମିଟେଡ୍, ଭେଲ୍ ଏନେଇ ସୂଚନା ଦେଇଛି । ମ୍ୟାଗ୍ନେଟିକ୍ ଲେବିଟେସନ୍ ସହାୟତାରେ ଟ୍ରେନ୍ ଚଳାଇବା ପାଇଁ ରେଳ ମନ୍ତ୍ରାଳୟ ପିପିପି ମୋଡରେ ମ୍ୟାଗ୍ନେଟ୍ ଟ୍ରେନ୍ ସିଷ୍ଟମର ଯୋଜନା ତିଆରି କରିଛନ୍ତି ।ତେବେ ମ୍ୟାଗଲୋବ୍ ଟ୍ରେନ୍ ଚଳାଚଳ କଲେ ଭାରତୀୟ ରେଳ ଇତିହାସରେ ଏହା ନୂଆ ଫର୍ଦ୍ଦ ଯୋଡିବ ।

ଏହି ଟ୍ରେନର ରେଳ ଧାରଣା ସହିତ କୌଣସି ସିଧା ସଂପର୍କ ରହିବ ନାହିଁ । ତେଣୁ ଏଥିରେ ଉର୍ଜା ବ୍ୟବହାର ମଧ୍ୟ କମ୍ ହେବ । ଏହି ଟ୍ରେନ୍ ଘଣ୍ଟା ପ୍ରତି ୫୦୦ରୁ ୮୦୦ କିମି ବେଗରେ ଚାଲିବ । ସୂଚନା ଅନୁସାରେ ମ୍ୟାଗଲୋବ୍ ଟ୍ରେନ୍ କେନ୍ଦ୍ର ସରକାର ବେଙ୍ଗାଲୁରୁ-ଚେନ୍ନାଇ, ହାଇଦ୍ରାବାଦ୍-ଚେନ୍ନାଇ, ଦିଲ୍ଲୀ-ଚଣ୍ଡିଗଡ୍ ଏବଂ ନାଗପୁର-ମୁମ୍ୱାଇ ମଧ୍ୟରେ ଚଳାଇବାକୁ ଯୋଜନା ତିଆରି କରୁଛନ୍ତି ।

ଭାରତ ବ୍ୟତିତ ୫ଟି ଦେଶରେ ଏହି ଟ୍ରେନ ନିମନ୍ତେ ବୈଷୟିକ ଜ୍ଞାନ ରହିଛି । ଦେଶ ଗୁଡିକ ହେଲା ଜର୍ମାନୀ, ଚୀନ, ଜାପାନ, ଦକ୍ଷିଣ କୋରିଆ ଏବଂ ଆମେରିକା । ପ୍ରଥମେ ମ୍ୟାଗଲୋବ୍ ଚଳାଇବା ସ୍ୱପ୍ନ ଦେଖିଥିଲେ ଜର୍ମାନୀ, ଆମେରିକା ଓ ବ୍ରିଟେନ୍ । କିନ୍ତୁ ତେବେ ବୈଷୟିକ ଜ୍ଞାନ ଓ ଏହାର ଖର୍ଚ୍ଚ ଦୃଷ୍ଟିରୁ ଏହାକୁ ପ୍ରଥମେ ସଫଳ କରିପାରିନଥିଲେ ।

ବର୍ତ୍ତମାନ ଏହି ମ୍ୟାଗଲୋବ୍ ଟ୍ରେନ୍ ଟିକୁ ଚୀନ୍ ସାଂଘାଇ ସହରରୁ ସାଂଘାଇ ବିମାନବନ୍ଦର ମଧ୍ୟରେ ଚଳାଚଳ କରୁଛି । ଏହାର ଦୂରତା ପ୍ରାୟ ୩୮ କିମି ରହିଛି । ଏହି ମ୍ୟାଗଲୋବ୍ ଟ୍ରେନ୍ ଟି ବିଶ୍ୱର ତିନୋଟି ରାଷ୍ଟ୍ରରେ ଚୀନ, ଦକ୍ଷିଣ କୋରିଆ ଏବଂ ଜାପାନ୍ ରେ ଚଳାଚଳ କରୁଛି । ମୋଦି ସରକାର ଏହି ଯୋଜନାକୁ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ନଜରରେ ରଖି ଚୁକ୍ତି କରିଛନ୍ତି । ଗତ ୫୦ ବର୍ଷ ଧରି ଭେଲ୍ ଭାରତୀୟ ରେଳବାଇର ବିକାଶ ଦିଗରେ କାମ କରି ଆସୁଛି ।

Comments are closed.