Odisha Link
Bridging the Missing Links in Odisha

ଦେଶରେ କରୋନା: ୨୪ ଘଣ୍ଟାରେ ୮୭୪୭୨ ଜଣ ଆରୋଗ୍ୟ

ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଉଛି। ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୮୭ହଜାର ୪୭୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪୧ ଲକ୍ଷ ୧୨ ହଜାରରୁ ଅଧିକ ରହିଛି। ଏଥିସହ କରୋନା ଆରୋଗ୍ୟ ହାର ୭୮.୮୬ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ରହିଛି। ନମୂନା ପରୀକ୍ଷା, ସଂକ୍ରମିତ ମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୪ ଜଣ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୪ ହଜାର ୩୭୨ରେ ପହଞ୍ଚିଛି। ଦେଶରେ କୋଭିଡ ମୃତ୍ୟୁହାର ୧ .୬୨ ଭାଗ ରହିଛି।

Comments are closed.