Odisha Link
Bridging the Missing Links in Odisha

ସୁଶାନ୍ତ ମୃତ୍ୟୁ ମାମଲା: ବଲିଉଡର ୮ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ

ମୁଜାଫରପୁର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁଜାଫରପୁର ଜିଲ୍ଲା କୋର୍ଟ ଆଜି ଏକ ବଡ଼ ନିଷ୍ପତି ଶୁଣାଇଛନ୍ତି। ଅକ୍ଟେବାର ୭ ତାରିଖ ମୁଜାଫରପୁର କୋର୍ଟରେ ହାଜର ହେବାକୁ ବଲିଉଡ ୮ଜଣ ସେଲିବ୍ରିଟିଙ୍କୁ ନୋଟିସ ଦେଇଛନ୍ତି। ସେମାନେ ନିଜେ ନଚେତ ଓକିଲଙ୍କ ମାଧ୍ୟମରେ ହାଜର ହୋଇପାରିବେ।

ଜିଲ୍ଲା କୋର୍ଟଙ୍କ ଆଦେଶ ଅନୁସାରେ ସଲମାନ ଖାନ, କରଣ ଜୋହର, ଆଦିତ୍ୟ ଚୋପଡ଼ା, ସାଜିଦ ନଦିଆଓ୍ବାଲା, ସଞ୍ଜୟ ଲୀଳା ଭଂସାଲୀ, ଏକତା କପୁର, ଭୂଷଣ କୁମାର ଓ ଦୀନେଶ ବିଜୟନ ଅକ୍ଟୋବର ୭ରେ କୋର୍ଟରେ ହାଜର ହେବେ। ଏ ସମସ୍ତଙ୍କୁ କୋର୍ଟ ନୋଟିସ୍ ମଧ୍ୟ ପଠାଯାଇଛି। ଏମାନଙ୍କ ବିରୋଧରେ ଆଡଭୋକେଟ୍ ସୁଧୀର ଓଝା ଅଭିଯୋଗ ଆଣିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପରିବାରବାଦକୁ ଦର୍ଶାଇ ଏମାନଙ୍କୁ ଦୋଷୀ ବୋଲି ଦର୍ଶାଇ ଥିଲେ ସୁଧୀର।

ସୁଶାନ୍ତ ସିଂହଙ୍କ ମୃତ୍ୟୁ ତଦନ୍ତରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏନସିବି ରିୟା, ତାଙ୍କ ଭାଇ ସୌଭିକ, ସାମୁଏଲ ମିରାଣ୍ଡା, ଦୀପେଶ ସାଓ୍ବନ୍ତ ଓ ଅନ୍ୟ କେତେଙ୍କ ଘରେ ଚଢ଼ଉ କରି ଗିରଫ କରିଥିବା ବେଳେ ଆଜି ଆଉ ଜଣେ ବଡ଼ ଡ୍ରଗ୍ ପେଡଲର ରାହିଲ ବିଶ୍ରାମଙ୍କୁ ଗିରଫ କରିଛି ଏନସିବି। ଏନସିବିକୁ ପ୍ରାୟ ୧ କିଲୋ ଡ୍ରଗ୍ସ ରାହିଲଙ୍କ ପାଖରୁ ମିଳିଛି। ଏହି ଡ୍ରଗ୍ସର ମୂଲ୍ୟ ୩ରୁ ୪ କୋଟି ଟଙ୍କା ପାଖାପାଖି କୁହାଯାଉଛି। ରାହିଲଙ୍କ ସିଧା ସମ୍ପର୍କ ବଲିଉଡ ସେଲିବ୍ରିଟିଙ୍କ ସହ ରହିଛି ବେଳି କୁହାଯାଉଛି।

 

 

Comments are closed.