ସିବିଆଇ ଚଢ଼ାଉ ନେଇ ଏପରି କହିଲେ ଦେବୀ ମିଶ୍ର

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ଆଜି ସିବିଆଇ ଚଢ଼ାଉ କରିଛି। ସିବିଆଇର ଏକ ଟିମ୍ ଭୁବନେଶ୍ୱରସ୍ଥ ୟୁନିଟ-୧ ସ୍ଥିତ ତାଙ୍କ ଘରେ ପ୍ରାୟ ଦୁଇ ଘଣ୍ଟା ଧରି ଦେବୀ ମିଶ୍ରଙ୍କ ଘରେ ଚଢାଉ କରିଛି। ସିବିଆଇ ଚଢଉ କରି ସି-ସୋର ଚିଟଫଣ୍ଡ ଲିଙ୍କର ଖୋଳତାଡ଼ କରିଛି।
ସିବିଆଇ ଚଢ଼ାଉ ନେଇ ଦେବୀ ମିଶ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସି-ସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସମ୍ପର୍କରେ ସିବିଆଇ ମୋତେ ପଚାରିଲେ। ୨୦୧୩ରୁ ସିବିଆଇ ଏହାର ତଦନ୍ତ କରୁଛି। ଏହା ପୂର୍ବରୁ ବି ମୋତେ ପଚାରିଥିଲେ। ଯେହେତୁ ମୁଁ ପର୍ଯ୍ୟଟନ ମନ୍ତ୍ରୀ ଥିଲି, ସେ ସମ୍ପର୍କରେ ପଚାରିଲେ। ମନ୍ତ୍ରୀଭାବେ ମୋର ନିଜସ୍ୱ ନିଷ୍ପତ୍ତି ନଥିଲା, ସରକାରୀ ନିଷ୍ପତ୍ତି ଥିଲା। ମୋତେ ଡକୁ୍ମେଣ୍ଟ ମାଗିଲେ। ସବୁ ଡକୁ୍ମେଣ୍ଟ ପର୍ଯ୍ୟଟନ ବିଭାଗରେ ରହିଛି। ସିବିଆଇକୁ ତଦନ୍ତରେ ଆମେ ସବୁବେଳେ ସହଯୋଗ କରିଆସିଛୁ। ସିବିଆଇ ରେଡ କରିନି, କାଗଜପତ୍ର କଥା ପଚାରିଛି ବୋଲି ଦେବୀ ମିଶ୍ର କହିଛନ୍ତି।