Odisha Link
Bridging the Missing Links in Odisha

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁବୃର୍ତ୍ତ

ଚନ୍ଦ୍ରଶେଖରପୁର : ଆଜି ଭୁବନେଶ୍ବର ସ୍ଥିତ ଭିଏସଏସ ନଗର ଅଟୋ ଷ୍ଟାଣ୍ଡ ନିକଟରେ ଏକ ଅଭାବନୀୟ ଘଟଣଆ ଘଟିଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି ।

ଯୁବକ ଜଣକ ହେଲେ, ରଞ୍ଜନ କୁମାର ଦାସ ଓରଫ ବଣ୍ଟି । ବୟସ ୧୮ବର୍ଷ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ରଞ୍ଜନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ କିଛି ମାସ ପୂର୍ବେ ବଣ୍ଟି ସହ ସ୍ଥାନୀୟ କିଛି ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ଉଭୟ ପକ୍ଷରୁ ଆହତ ହୋଇଥିଲେ । ତେଣୁ ବଣ୍ଟି ଉପରେ ପ୍ରତିଶୋଧ ନେବା ପାଇଁ ପ୍ରତିପକ୍ଷ ସୁଯୋଗ ଅପେକ୍ଷାରେ ଥିଲେ ।

ସେ ଅଟୋ ଷ୍ଟାଣ୍ଡରେ ଏକୁଟିଆ ବୁଲୁଥିବା ବେଳେ ପ୍ରତିପକ୍ଷ ଆକ୍ରମଣ କରିଥିଲେ । ସେମାନଙ୍କୁ ଦେଖି ବଣ୍ଟି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ ।

କିନ୍ତୁ ସେମାନ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ହାଣି ପକାଇଥିଲେ । ବିଚ ରାସ୍ତାରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ବଣ୍ଟିକୁ ସେମାନେ ହାଣିଥିଲେ । କିନ୍ତୁ କେହି ସେମାନଙ୍କୁ ପ୍ରତିରୋଧ କରିବାକୁ ବାହାରି ନଥିଲେ ।

ଗୁରୁତର ଆହତ ଅବସ୍ଥାରେ ସେମାନେ ବଣ୍ଟିକୁ ଛାଡ଼ି ପଳାଇଥିଲେ । ଖବର ପାଇ ସହିଦନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା ।

Comments are closed.