Odisha Link
Bridging the Missing Links in Odisha

ଦ୍ବିପାକ୍ଷିକ ଆଲୋଚନା ପାଇଁ ପୁଟିନଙ୍କୁ ମୋଦିଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିଛନ୍ତି। ଦୁଇ ନେତା ଫୋନ ଜରିଆରେ କଥାବର୍ତ୍ତା ହୋଇଛନ୍ତି। ବିଶେଷ କରି ଦ୍ବିପାକ୍ଷିକ ସମ୍ବନ୍ଧକୁ ମଜୁବତ କରିବାକୁ ନେଇ ଦୁଇ ନେତା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦ୍ବିପାକ୍ଷିକ ଆଲୋଚନା ପାଇଁ ପୁଟିନଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ସୂଚନା ବିଦେଶ ମନ୍ତ୍ରାଳୟ ପ୍ରଦାନ କରିଛି। କେବେ ଦୁଇ ଦେଶ ମଧ୍ୟରେ ବୈଠକ ବସିବ ସେ ନେଇ ତାରିଖ ମଧ୍ୟ ଖୁବଶୀଘ୍ର ସ୍ଥିର କରାଯିବ। ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ଏସସିଓ ଓ ବ୍ରିକ୍ସ ସମ୍ମିଳନୀକୁ ସଫଳତାପୂର୍ବକ ହୋଷ୍ଟ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି।

କରୋନା କାଳରେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତ ଜାରି ରହିଥିବାରୁ ଦୁଇ ନେତା ଖୁସି ବ୍ୟକ୍ତ କରିଛନ୍ତି। ଭାରତ ଓ ଚୀନ ମଧ୍ୟରେ ବିବାଦ ଜାରି ଥିବା ​‌ବେଳେ ମୋଦି ଓ ପୁଟିନଙ୍କ ଆଲୋଚନା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତେବେ ଦୁଇ ନେତା ଚୀନକୁ ନେଇ କିଛି ଆଲୋଚନା କରିଛନ୍ତି କି ନାହିଁ ସେ ନେଇ ଏବେ ସୁଦ୍ଧା କିଛି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ। ସୀମା ବିବାଦ ସମୟରେ ଏଭଳି ଦୁଇ ଦେଶର ଆଲୋଚନାକୁ ଗୁରୁତ୍ବ ଦିଆଯାଉଛି।

Comments are closed.