ଡେଟିଂ ଆପ୍ ରେ କଂଗ୍ରେସ ସାଂସଦଙ୍କ ଫଟୋ ଲୋଡିଲେ ପୁଲିସ ସହାୟତା

ମୁମ୍ବାଇ :କଂଗ୍ରେସ ସାଂସଦ ନୁସରତ ଜାହାଁ ରୁହି ପୁଲିସ ସହାୟତା ଲୋଡିଛନ୍ତି । ତାଙ୍କ ଫଟୋ ଏକ ଭିଡିଓ ଡେଟିଂ ଆପ୍ ‘ଫ୍ୟାନ୍ସିୟୁ’ରେ ଭାଇରାଲ ହେବା ପରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଫଟୋକୁ ବିନା ଅନୁମତିରେ ବ୍ୟବହାର କରାଯାଇଥିବାରୁ ସେ ଭିଡିଓ ଡେଟିଂ ଆପ୍ ‘ଫ୍ୟାନ୍ସିୟୁ’ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜଣେ ବ୍ୟବହାରକାରୀ ଏହା ଦର୍ଶାଇବା ପରେ ନୁସରତ ଟ୍ୱିଟରରେ ସେହି ଆପ ବିରୋଧରେ ଅଭିଯୋଗ କରିବା କଥା କହିଛନ୍ତି।
ସେ ଟ୍ୱିଟ କରିଛନ୍ତି ଯେ ଏହା ଆଦୌ ଗ୍ରହଣୀୟ ନୁହେଁ ଯେ ବିନା ଅନୁମତିରେ କାହାର ଫଟୋ ବ୍ୟବହାର କରାଯିବ।ନୁସରତ କୋଲକାତା ପୁଲିସର ସାଇବର ସେଲକୁ ଏ ସମ୍ପର୍କରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ସେ କୋଲକାତା ପୁଲିସ ସାଇବର ସେଲ ଏବଂ ପୁଲିସ କମିଶନର ଅନୁଜ ଶର୍ମାଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।