Odisha Link
Bridging the Missing Links in Odisha

ଜଳିଗଲା ଗଞ୍ଜେଇ ଭର୍ତ୍ତି କାର୍

ମାଲକାନଗିରି: ରାସ୍ତାରେ ଜଳିଗଲା ଗଞ୍ଜେଇ ଭର୍ତ୍ତି କାର୍। ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟ ୩୨୭ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଜଳି ଯାଇଛି। ତେବେ କାର୍‌ଟି ଜଳି ଗଲା ପରେ କାରରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ଜଣାପଡିଛି। କାର ସହ ଗଞ୍ଜେଇ ମଧ୍ୟ ଜଳି ପାଉଁଶ ହୋଇଯାଇଛି। ମାତ୍ର ଜଳି ଯାଇଥିବାରୁ ଅବଶେଷରୁ କାରରେ ଗଞ୍ଜେଇ ଭର୍ତି କରି ଚୋରାଚାଲାଣ କରାଯାଉଥିବା ଜଣାପଡିଛି।

କାର୍‌ରେ ଯାଉଥିବା ଲୋକେ ନିଆଁ ଲାଗିବା ପରେ କାର୍ ଛାଡି ଫେରାର ହୋଇଯାଇଛନ୍ତି। କାର୍‌ଟି ଜାତୀୟ ରାଜପଥରେ କାଳିମେଳା ଅଭିଯୁଖେ ଯାଉଥିବା ବେଳେ ଏମଭି ୧୬ ଗାଁ ନିକଟରେ ଜଳି ଯାଇଥିଲା। ଦୃର୍ବୃତ୍ତମାନେ ଫେରାର୍‌ ହୋଇ ଯାଇଥିବାରୁ କିଏ ଏବଂ କେଉଁଠୁ କେଉଁ ସ୍ଥାନକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା ଜଣାପଡି ନାହିଁ।

Comments are closed.