Odisha Link
Bridging the Missing Links in Odisha

ସ୍ବାମୀଙ୍କ ମୃତ୍ୟୁକୁ ୪୮ ଘଣ୍ଟା ନପୁରୁଣୁ ଆଖି ବୁଜିଲେ ପତ୍ନୀ

ପୁରୀ: ଗତ ରବିବାର ହୃଦଘାତରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଆଜି ତାଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିନୋଦିନୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସ୍ୱାମୀ ପ୍ରେମାନନ୍ଦଙ୍କ ମୃତ୍ୟୁ ଖବର ପାଇବା ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିବା ସହ ଖିଆପିଆ ବି ଛାଡ଼ି ଦେଇଥିଲେ। ତେବେ ଆଜି ସକାଳେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ଗତ ରବିବାର ସକାଳେ ହଠାତ୍ ପ୍ରେମାନନ୍ଦ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ସେ ହୃଦଘାତରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ମାତ୍ର ଦୁଇ ଦିନ ଭିତରେ ପରିବାରର ଦୁଇ ଜଣ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ହରାଇବା ପରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ ପ୍ରେମାନନ୍ଦ।ଆଜି ଭୋର ୪ଟାରେ ତାଙ୍କର ଛାତି ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Comments are closed.