Odisha Link
Bridging the Missing Links in Odisha

କରୋନା: ଆଜି ଭୁବନେଶ୍ଵରରୁ ୩୪୫ ଆକ୍ରାନ୍ତ, ୪୧୨ ସୁସ୍ଥ

ଭୁବନେଶ୍ଵର: ଆଜି ଭୁବନେଶ୍ୱରରୁ ଆଉ ୩୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪୧୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୦୧ ଜଣ ଚିହ୍ନଟ ହୋଇଥିବାବେଳେ ୨୪୪ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି।

ଏହା ସହିତ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯୨୪୩ରେ ପହଞ୍ଚିଛି। ଏଥିମଧ୍ୟରୁ ୩୮୦୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୫୩୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୬୯ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.