Odisha Link
Bridging the Missing Links in Odisha

ପିକ୍‌ରୁ ତଳକୁ ଖସିଲାଣି ଭୁବନେଶ୍ୱର: କମିଶନର

ଭୁବନେଶ୍ୱର: ରାଜ୍ୟ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। କରୋନା ସଂକ୍ରମଣରେ ପିକ୍‌ରୁ ତଳକୁ ଖସିଲାଣି ଭୁବନେଶ୍ୱର। ଏବେ ରାଜଧାନୀ ପ୍ଲାଟ୍ ପରିସ୍ଥିତିରେ ରହିଛି। ପୂର୍ବରୁ ୪୦୦ରୁ ୫୦୦ ଆକ୍ରାନ୍ତ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୩୦୦ରେ ରହିଛି। ଆଗାମୀ ଦିନରେ ପରିସ୍ଥିତିରେ ଆହୁରି ସୁଧାର ଆସିବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମର ପ୍ରତି ୱାର୍ଡରେ ଲୋକଙ୍କ ଘରକୁ ଘର ବୁଲି ଥର୍ମାଲ ସ୍କ୍ରିନିଂ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ। ଜ୍ୱର, କାଶ ସହ ଅନ୍ୟ ରୋଗ ସମ୍ପର୍କରେ ପଚାରି ବୁଝୁଛନ୍ତି। ଏହି ଆଧାରରେ ଆଗାମୀ ପଦକ୍ଷେପ ନିଆଯିବ। ଏହାସହ ରାଜଧାନୀରେ ଅମାନିଆଙ୍କୁ ସାବାଡ଼ କରିବାକୁ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଯାଞ୍ଚ ବଢ଼ିଛି। ବିଭିନ୍ନ ଅଞ୍ଚଳରେ ଏନେଇ ଚଢ଼ଉ କରି ଯାଞ୍ଚ ହେଉଛି।

Comments are closed.