Odisha Link
Bridging the Missing Links in Odisha

କରୋନା: ୭ ରାଜ୍ୟ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକ ସଂକ୍ରମଣ ହୋଇଥିବା ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆସନ୍ତାକାଲି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ପରିସ୍ଥିତିର ସମୀକ୍ଷା କରିବେ। ଏହି ବୈଠକରେ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କରୋନା ସ୍ଥିତି ଏବଂ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ତଥା ପରିଚାଳନାର ସମୀକ୍ଷା କରାଯିବ। ସେହି ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦେଶର ମୋଟ୍‍ ସଂକ୍ରମଣର ୬୩% ରୁ ଅଧିକ ରୋଗୀ ରହିଛନ୍ତି।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ର୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଓ ପଞ୍ଜାବ ରହିଛି। ସେଗୁଡ଼ିକରେ ମଧ୍ୟ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ମଧ୍ୟରୁ ୬୫.୫% ରୋଗୀ ରହିଛନ୍ତି ଓ ମୋଟ୍‍ ମୃତ ଲୋକଙ୍କ ମଧ୍ୟରୁ ୭୭% ରହିଛନ୍ତି। ଏହାଛଡ଼ା ଅନ୍ୟ ୫ଟି ରାଜ୍ୟ ସହିତ ପଞ୍ଜାବ ଓ ଦିଲ୍ଲୀରେ ନୂଆକରି ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ଜଣାପଡ଼ିଛି। ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀରେ ମୃତ୍ୟୁହାର ଅଧିକ ରହିବା ସହ ଏହା ୨% କୁ ଅତିକ୍ରମ କରିଛି। ପଞ୍ଜାବ ଓ ଉତ୍ତରପ୍ରଦେଶ ବ୍ୟତୀତ ସେଗୁଡ଼ିକର ସଂକ୍ରମିତ ହାର ମଧ୍ୟ ଜାତୀୟ ସଂକ୍ରମିତ ହାର ୮ଦଶମିକ ୫/୨ ପ୍ରତିଶତଠାରୁ ଉପରେ ରହିଛି। କେନ୍ଦ୍ର ସରକାର କରୋନା ସଂକ୍ରମଣର ମୁକାବିଲାରେ ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛନ୍ତି। ରାଜ୍ୟମାନେ ସେମାନଙ୍କର ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ମୌଳିକ ଢ଼ାଞ୍ଚାରେ ଉନ୍ନତି ଆଣିବାରେ କେନ୍ଦ୍ର ସହାୟତା କରୁଛନ୍ତି।

Comments are closed.