୪ ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ି ରହିଛି ମାଆ ଝିଅଙ୍କ ଶବ

କେନ୍ଦ୍ରାପଡ଼ା: ରାଜନଗର ମହୁଲିଆ ମାଣପଡ଼ାରେ ୪ ଦିନ ହେଲା ପଡ଼ି ରହିଛି ମାଆ ଝିଅଙ୍କ ଶବ। ଏନେଇ ମାମୁଘର ଆଗରେ ଭାଣିଜୀର ମୃତଦେହ ରଖି ଗାଁ ଲୋକମାନେ ଧାରଣ ଦେଇଛନ୍ତି। ବ୍ୟବଚ୍ଛେଦ ବେଳେ ଭାଣିଜୀ ପେଟରୁ ଶିଶୁ କନ୍ୟା ମିଳିବାକୁ ନେଇ ସସପେନ୍ସ ଲାଗି ରିହିଛି। ସେପଟେ ଗାଁରେ ଆମ୍ବୁଲାନ୍ସ ଭିତରେ ପଡ଼ି ରହିଛି ମାଆର ମୃତଦେହ। ୧୯ରେ ମାଆ ଓ ୨୦ ତାରିଖରେ ଝିଅର ମୃତଦେହ ଉଦ୍ଧାର ହୋଇଥିଲା। ଅଭିଯୁକ୍ତ ମାମୁ ଅଟକ ହୋଇଥିଲେ ବି ପରିବାରର ଅନ୍ୟମାନଙ୍କ ଗିରଫ ଦାବି କରାଯାଇଛି। ମାଆ ଝିଅଙ୍କ ମୃତ୍ୟୁ ପଛରେ ମାମୁଘର ଲୋକଙ୍କ ଭୂମିକାକୁ ନେଇ ସନ୍ଦେହ କରାଯାଉଛି।