Odisha Link
Bridging the Missing Links in Odisha

ବିଜେଡି ଛାଡ଼ିବାର ନାହିଁ : ରବୀନ୍ଦ୍ର ଜେନା

ଭୁବନେଶ୍ବର: ବାଲେ‌ଶ୍ବରର ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ବିଜେଡି ଛାଡ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାର ପୂର୍ଣ୍ଣଛେଦ ଟାଣିଛନ୍ତି ରବୀନ୍ଦ୍ର ଜେନା । ପୂର୍ବତନ ସାଂସଦ ରବୀନ୍ଦ୍ର କହିଛନ୍ତି ଯେ, ମୁଁ ଅସନ୍ତୁଷ୍ଟ ନାହିଁ କି ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ରଖି ନାହିଁ। ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରର୍ଥୀ କରିବେ। ତାଙ୍କ ପାଇଁ ଲଢ଼ିବୁ। ଏହା ସହିତ ଉପନିର୍ବାଚନରେ ଦାୟିତ୍ବ ନ ମିଳିବା କଥାକୁ ମଧ୍ୟ ଅସ୍ବୀକାର କରିଛନ୍ତି ରବୀନ୍ଦ୍ର। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଦଳର ଜିଲ୍ଲା ସଭାପତି ରହିଛି। ସମସ୍ତଙ୍କୁ ନେଇ କାମ କରିବି ବୋଲି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା କହିଛନ୍ତି।

Comments are closed.