Odisha Link
Bridging the Missing Links in Odisha

ଆଜି ଶୁଣାଣି, ରିୟାଙ୍କୁ ମିଳିବ କି ବେଲ୍?

ମୁମ୍ବାଇ: ରିୟା ଜେଲରେ ରହିବେ ନା ବେଲ ମିଳିବ ଏନେଇ ଚର୍ଚ୍ଚା ଜୋର ଧରିଛି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଗିରଫ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ରିଆ ଓ ତାଙ୍କ ଭାଇ ସୌଭିକଙ୍କ ଜାମିନ ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ହେବ।

ସୂଚନାଯୋଗ୍ୟ, ଡ୍ରଗ୍ସ କାରବାରରେ ରିଆଙ୍କ ସଂପୃକ୍ତି ଜଣାପଡିବା ପରେ ସେପ୍ଟେମ୍ବର ୮ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ଜାମିନ ଖାରଜ ହେବାପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଗତକାଲି ଏହି ମିଆଦ ଶେଷ ହେବା ପରେ ପୁଣି ଅକ୍ଟୋବର ୬ ତାରିଖ ଯାଏଁ ବିଚାର ବିଭାଗୀୟ ମିଆଦ ବୃଦ୍ଧି କରାଯାଇଛି।

ଏନସିବିର ପଚରା ଉଚରା ବେଳେ ଉଭୟ ରିଆ ଓ ସୌଭିକ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିବା ସ୍ୱୀକାର କରିଛନ୍ତି। ତେବେ ସୁଶାନ୍ତଙ୍କ ଜୀବନରେ ଆସିବା ପୂର୍ବରୁ ରିଆ ନିଜେ ଡ୍ରଗ୍ସ ନେଉଥିବା କହିଛନ୍ତି। ଏଥିସହ ରିୟାଙ୍କୁ ଏନ୍‌ସିବି ଜେରା କରୁଥିବା ସମୟରେ ୨୫ ଜଣ ଲୋକ୍ରପ୍ରିୟ କଳାକାରଙ୍କ ନାଁ କହିଥିଲେ। ରିଆଙ୍କ ବୟାନ ଆଧାରରେ ଏମାନଙ୍କୁ ସମନ କରିବା ପାଇଁ ପ୍ରସ୍ତୁତି କରୁଛି ଏନ୍‌ସିବି। ତେଣୁ ରିଆଙ୍କ ଜାମିନକୁ ବମ୍ବେ ହାଇକୋର୍ଟରେ ବିରୋଧ କରିପାରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ।

 

Comments are closed.