Odisha Link
Bridging the Missing Links in Odisha

ଆଜି ଶେଷ ହୋଇପାରେ ମୌସୁମୀ ଅଧିବେଶନ !

ନୂଆଦିଲ୍ଲୀ:  ଅକ୍ଟୋବର  ୧ ଯାଏଁ ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜି ଶେଷ କରିବାକୁ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ମତ ଲୋଡାଯାଇଥିବା ବେଳେ ଏଥିରେ ଉଭୟ ସହମତ ଥିବା ଜଣାପଡିଛି। ୧୪ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ୧ ଅକ୍ଟୋବର ଯାଏ ଚାଲିବାକୁ ଥିଲା । ଅର୍ଥାତ ୧୮ ଦିନ ଚାଲିବାକୁ ଥିବା ଏହି ଅଧିବେଶନ ୧୦ ଦିନ ମାତ୍ର ଚାଲିଛି।

କିନ୍ତୁ ଆଜିଠାରୁ ଅନିଶ୍ଚିନ୍ତକାଳ ଯାଏ ଗୃହକାର୍ଯ୍ୟ ବନ୍ଦ ରହିବ। ଅନ୍ୟପଟେ ଉଭୟ ସଦନରେ କୃଷି ବିଧେୟକ ପାରିତ ହେବା ପରେ ବିରୋଧୀ ମାନେ ଗୃହକୁ ବୟକଟ୍ କରିଛନ୍ତି। ତାହାରି ଭିତରେ କେନ୍ଦ୍ରସରକାର କୃଷିବିଲ ବ୍ୟତିତ ଅନ୍ୟାନ୍ୟ ୭ ଟି ବିଲ୍ ପାରିତ କରିନେଇଛନ୍ତି। ଯାହା ମଧ୍ୟରେ ରହିଛି ଲେବର କୋର୍ଡ ସହିତ ଏଫ୍ ସି ଆର ଏ ସଂଶୋଧନ ବିଲ୍, ଜମ୍ମୁ- କାଶ୍ମୀର ଭାଷା ବିଲ୍, ରାଜ୍ୟସଭାରେ ଏହି ଅଧିବେଶନ ଆଜି ସଂନ୍ଧ୍ୟା ୪ ଟା ସୁଦ୍ଧା ବନ୍ଦ ହେବ ବୋଲି ସୂଚନା ମିଳିଥିବା ବେଳେ ଲୋକସଭା ଆଜି ଦିନ ୩ ଟାରୁ ଆରମ୍ଭ ହେବ । ଅନ୍ୟପଟେ ଏକ ବିସ୍ତାରିତ ଶୂନ୍ୟକାଳ ପରେ ଲୋକସଭା ବି ଅନିଶ୍ଚିତ କାଳ ଯାଏ ବନ୍ଦ ହେବ ବୋଲି କୁହାଯାଉଛି। କହିରଖୁ କି ଲୋକସଭାରେ କିଷାନ ବିଲ ପାରିତ ହେବା ପରେ ବିବାଦ ବଢିଥିଲା

Comments are closed.