ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହ

ନୂଆପଡ଼ା: ହାତ ଗୋଡ଼ ବନ୍ଧା ଅବସ୍ଥାରେ ରାସ୍ତାରେ ପଡିଛି ଯୁବକଙ୍କ ମୃତଦେହ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଥାନା ଝିଲମିଲା-ରତିପାଲି ରାସ୍ତା ମଝିରେ। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ନୂଆପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଚି । ଯୁବକଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି।
ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜମାପଡିନଥିବା ବେଳେ ତାଙ୍କୁ କେହି ହତ୍ୟା କରି ଏପରି ଅବସ୍ଥାରେ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
Comments are closed.