ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଆଇସିୟୁରେ ଭର୍ତ୍ତି

ଆସାମ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ହେବାରୁ ଗୋଗୋଇଙ୍କୁ ଗୁଆହାଟୀ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ହୋଇଥିବା ଜଣାପଡ଼ିଛି।
୮୫ ବର୍ଷୀୟ ଗୋଗୋଇଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି। ଗତ ମାସ ଅଗଷ୍ଟ ୨୬ ରେ ତରୁଣ ଗୋଗୋଇ କରୋନାରେ ଆକ୍ରାନ୍ତ ହୋଇଥିଲେ।