ବିକାଶ ଦୁବେ ଉପରେ ନିର୍ମାଣ ହେବ ଓ୍ବେବ ସିରିଜ୍

ନୂଆଦିଲ୍ଲୀ : ଏନକାଉଣ୍ଟର ରେ ମୃତ୍ୟୁ ବରଣ କରିଥିବା କାନପୁର ର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେଙ୍କ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ୱେବ ସିରିଜ୍ । ଏହି ସିରିଜଟିକୁ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ଭଉଣୀ ନେହା କଶ୍ୟପ ମଧ୍ୟ ବିକାଶ ଦୁବେଙ୍କ ଉପରେ ଓ୍ବେବ ସିରିଜ ନିର୍ମାଣ କରିବେ।
ନେହାଙ୍କୁ ବାଘପତ ଲୋକେସନ ପସନ୍ଦ ଆସିଛି। ସେ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ କରିବେ। ତେବେ ନେହା ନିଜେ ଏହାର ନିର୍ଦେଶନା ଦାୟିତ୍ବ ତୁଲାଇବେ। ସେ କହିଛନ୍ତି ଯାହା ସୁଶାନ୍ତଙ୍କ ସହ ହେଲା କିଛି ଠିକ୍ ହୋଇ ନାହିଁ। ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଥିଲା ।
ଉଲ୍ଲେଖନୀୟ ଯେ ତାଙ୍କ ଡାଏଲଗ୍ କାନୁପରର ମୁଁ ବିକାଶ ଦୁବେ’ ଲୋକପ୍ରିୟ ହୋଇଥିଲା । ତେବେ ଜୁଲାଇ ୧୦ ତାରିଖରେ ପୋଲିସ୍ ବିକାଶ ଦୁବେକୁ ଏନକାଉଣ୍ଟର କରିଥିଲା। ଏବେ ତାଙ୍କର ଉପରେ ହିଁ ସିନେମା ନିର୍ମାଣ ହୋବକୁ ଯାଉଛି।
ଏହା ବାଦ୍ ବିକାଶ ଉପରେ ବହି ମଧ୍ୟ ପ୍ରକାଶ ପାଇଛି। ଦେଖିବାକୁ ବାକି ରହିଲା ନେହା ସରକାର ଓ ପୋଲିସ୍ କାର୍ଯ୍ୟର ସଫଳତାକୁ କିଭଳି ଭାବେ ଦେଖାଉଛନ୍ତି।