ବାଲ୍ସୁବ୍ରମଣ୍ୟମଙ୍କ ପରଲୋକ

ଚେନ୍ନାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍. ପି. ବାଲ୍ସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି। ଚାନ୍ନାଇ ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ହେଲା ସେ କରୋନାରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। କରୋନା ପଜିଟିଭ ଜଣାପଡ଼ିବା ପରେ ଅଗଷ୍ଟ ୫ ତାରିଖରେ ତାଙ୍କୁ ହସପିଟାଲାର ଭର୍ତି କରାଯାଇଥିଲା। ତେବେ ସେ କରୋନାରୁ ଆରୋଗ୍ୟ ହୋଇଥିଲେ। ମାତ୍ର ଫୁସଫୁସ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା। ସେବେଠାରୁ ସେ ଭେଣ୍ଟିଲେଟରେ ରହିଥିଲେ।
ବାଲାସୁବ୍ରମଣ୍ୟମ ୧୬ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ୧୯୮୯ ମସିହାରେ ମେନେ ପ୍ୟାର୍ କିୟା ଫିଲ୍ମର ‘ମେରେ ରଙ୍ଗ ମେ’ ଗୀତ ତାଙ୍କୁ ହିନ୍ଦୀ ଫିଲ୍ମରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା । କଣ୍ଠଶିଳ୍ପୀ ଭାବେ ସେ ୬ଟି ଜାତୀୟ ପୁରସ୍କାର ପାଇଛନ୍ତି। ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣରେ ବି ସମ୍ମାନିତ କରାଯାଇଛି।
Comments are closed.